ବଣାଇ, (ହବିବ ମହମ୍ମଦ) : ବଣାଇ ସୁନ୍ଦରଗଡ଼ ଜିଲ୍ଲାର ଏକ ପ୍ରାକୃତିକ ସମ୍ଭାରରେ ପୂର୍ଣ୍ଣ ଉପଖଣ୍ଡ । ବଣାଇ ଏକ ସ୍ୱତନ୍ତ୍ର ରାଜ୍ୟ ଥିଲା । ପରବର୍ତୀ କାଳରେ ସଂଘୀୟ ବ୍ୟବସ୍ଥାରେ ସାମିଲ ହୋଇ ଉପଖଣ୍ଡ ଟିଏ ହୋଇରହିଛି । ଏହି ଉପଖଣ୍ଡର ସର୍ବ ପୁରାତନ ବଣାଇ ମହାବିଦ୍ୟାଳୟ ତାର ସ୍ଵର୍ଣ୍ଣ ଜୟନ୍ତୀ ପାଳନ ପାଇଁ ସମସ୍ତ ଆଲମୁନି ସମ୍ମିଳିତ ହୋଇ ଏକ ତାରିଖ ନିର୍ଧାରଣ ପାଇଁ ମହାବିଦ୍ୟାଳୟର ସଭାକକ୍ଷରେ ଆଲୋଚନା କରିଥିଲେ । ସର୍ବସମ୍ମତି କ୍ରମେ ଆସନ୍ତା ନଭେମ୍ବର ୨୯ ଏବଂ ୩୦ତାରିଖ ଚୂଡାନ୍ତ ହୋଇଥିଲା । ଏହି ସଭାରେ ସଭାପତି ଶୁଭେନ୍ଦ୍ରନାଥ ମଲ୍ଲିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଜେନାମଣୀ ସାହୁ ସଂଯୋଜକ ପ୍ରେମ ସାଗର ମହାନ୍ତ ଏବଂ ଆଇନଜୀବୀ ବିଜନ ସେନ ରାହାସ ବିହାରୀ ପ୍ରଧାନ ରଂଜିତ ସାହୁ ସତ୍ୟନାରାୟଣ ମିଶ୍ର ଏବଂ ଅନେକ ପୁରାତନ ଛାତ୍ର ଉପସ୍ଥିତ ଥିଲେ । ସମସ୍ତେ ଅତି ଉତ୍ସାହିତ ଥିବା ସହ ଆଗାମୀ ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ପୂର୍ଣ୍ଣ ସମର୍ପଣର ପ୍ରତିଶୃତି ପ୍ରଦାନ କରିଥିଲେ ।
Prev Post