lika

ବଲାଙ୍ଗିର ଛତାମଖନା ପାଖରେ ଅଘଟଣ : କାର୍‌ ଧକ୍କାରେ ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଛତାମଖନା ପାଖରେ ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇ ପଡ଼ିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସମ୍ବଲପୁର ରାସ୍ତା ୨୬ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ପଧାନ ଏକ ପ୍ରାଇଭେଟ୍‌ କାର୍‌ ଯୋଗେ ବରଗଡ଼ରୁ କୋର୍ଟ କାମ ସାରି ଫେରୁଥିବା ବେଳେ ଛତାମଖନା ଛକଠାରେ ବାଇକ୍‌ରେ ଥିବା ସ୍ଵାମୀ ସ୍ତ୍ରୀଙ୍କୁ ତାଙ୍କ କାର୍‌ ଜୋର୍‌ ଧକ୍କା ଦେବା ପରେ ଗଛରେ ପିଟି ହୋଇ ତଳକୁ ଓହ୍ଲାଇ ପଡିଥିଲା । ବଲାଙ୍ଗିରରୁ ପାଲେଶ୍ୱର ଘିବେଲା ଓ ତାଙ୍କ ସ୍ତ୍ରୀ ପିଙ୍କି ଘିବେଲା ଦୁର୍ଗାପାଲି ଗାଁକୁ ଫେରୁଥିବା ବେଳେ ଛତାମଖନା ଛକ ଠାରେ ଆଇଆଇସିଙ୍କ ଗାଡି ଧକ୍କା ଦେଇଥିଲା ଓ ଘଟଣାସ୍ଥଳରେ ପାଲେଶ୍ୱରଙ୍କ ମୃତ୍ୟ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ପିଙ୍କି ଗୁରୁତର ହୋଇପଡ଼ିଥିଲେ । ଆଇଆଇସି ମନୋଜ ପଧାନ ମଧ୍ୟ ଆହାତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ଗୁରୁତର ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ମୃତ ପାଲେଶ୍ୱର ପରିବାରର ଏକମାତ୍ର ରୋଜଗାରିଆ ଥିବାରୁ ପରିବାରର ଜଣଙ୍କୁ ଚାକିରି ଓ ୨୦ ଲକ୍ଷ ଟଙ୍କା ଦାବୀ କରିଛନ୍ତି ପରିବାର ଲୋକେ । ବେପରୁଆ ଭାବେ ଗାଡି ଚାଳନା କରି ଦୁର୍ଘଟଣା ଘଟାଇଥିବା ଆଇଆଇସିଙ୍କୁ ଗିରଫ ଦାବିରେ ମେଡିକାଲରେ ମୃତକଙ୍କ ପରିବାର ପରିଜନ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କିଛି ସମୟ ଧରି ମେଡିକାଲ ପରିସରରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇବାରୁ ଟାଉନ ଥାନା ଆଇଆଇସିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ଫୋର୍ସ ପହଂଚି ବୁଝାସୁଝା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡି ଡ୍ରାଇଭରଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

sandip
Leave A Reply

Your email address will not be published.