oom

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ବାର୍ଷିକ କ୍ରୀଡା ଉଦ୍‌ଯାପିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଦୁଇଦିନ ଧରି ଚାଲୁଥିବା ବାର୍ଷିକ କ୍ରୀଡା ଆଜି ଉଦ୍‌ଯାପିତ ହୋଇଯାଇଛି । ଆୟୋଜିତ ଉଦ୍‌ଯାପନ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସମ୍ମାନୀୟ ଅତିଥି ଭାବରେ ଅନୁଷ୍ଠାନର ସଭାପତି ଦିବାକର ମେହେର, ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡାର ଅଧ୍ୟକ୍ଷ ଗରୁଡଧ୍ୱଜ ବେହେରା, ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ତଥା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ଜୟପ୍ରକାଶ ସାହୁ, ଆଲୋକ କୁମାର ରଥ, ସୀତାରାମ ପାଣିଗ୍ରାହୀ, ନଟବର ବେହେରା, ଦମୟନ୍ତି ମେହେର, ଜୟନ୍ତୀ ଖୁଣ୍ଟିଆ, ଭୂଷଣ ଚନ୍ଦ୍ର ମେହେର, ଡିଲେଶ୍ୱର ନିଆଲ, ଭାଷ୍କର ମେହେର, ଲୋକନାଥ ମେହେର, ଗିରିଶ ଚନ୍ଦ୍ର ଧୁବଲ, ଜୟପ୍ରକାଶ ମେହେର, କ୍ଷୀରସିନ୍ଧୁ ରଣା, ଦେବରାଜ ମେହେର, ବନିତା ସାହୁ, ରୋହିଣୀ ପ୍ରଧାନୀ, ତେଜେଶ୍ୱର ପ୍ରଧାନ, ଆଲୋକ ମୁଣ୍ଡ, ରଞ୍ଜିତ ସଗରିଆ, ରାମକୃଷ୍ଣ ବାଗ, ସୁବର୍ଣ୍ଣ ସେନ୍ଦ୍ରିଆ ତଥା ସମସ୍ତ କର୍ମଚାରି ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । ବାର୍ଷିକ କ୍ରୀଡାରେ ୧୦୦, ୨୦୦.୪୦୦.୮୦୦ ମିଟର ଦୌଡ଼, ଲଙ୍ଗ ଜମ୍ପ, ହାଇ ଜମ୍ପ, ସଟପୁଟ, ଜାଭଳିନ, ଡିସକସ ସହ ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା । ବାର୍ଷିକ କ୍ରୀଡା ଉତ୍ସବରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡାର କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.