ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୃଥିରାଜ ସାହୁ ସଭାପତି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବରେ ଶ୍ରୀମତୀ କଲ୍ୟାଣୀ ମିଶ୍ର ଗୁରୁମା ଯୋଗଦେଇ ହିନ୍ଦୁ ଘରର ସଂକଳ୍ପନା ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ଗୀତାଞ୍ଜଳି ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ଶେଷରେ ସଭାପତି ପୃଥିରାଜ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନିତୁ ସାହୁ ଗୁରୁମା ୧୨ଟି ଶୈକ୍ଷିକ ବ୍ୟବସ୍ଥା ଓ ପାଠ୍ୟକ୍ରମ ବିଷୟରେ କ୍ରିୟାକଳାପ କାଳାଂଶଟି ନେଇଥିବା ବେଳେ ୧୦ ଜଣ ଗୁରୁଜୀ ଗୁରୁମା ବିଭିନ୍ନ କ୍ରିୟାକଳାପର କାଳାଂଶରେ ଶିକ୍ଷାଦାନ କରିଥିଲେ । ଦୁର୍ବାଦଳ ସାହୁ ଗୁରୁଜୀ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଳାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ୧୩୦ ଜଣ ମାଆମାନେ ନିଜର ଶିଶୁମାନଙ୍କ ଶୈକ୍ଷିକ ବିକାଶର ଉଦ୍ଦେଶ୍ୟରେ ଯୋଗଦାନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.