jayashree

କୁମ୍ଭକାର ସମାଜର ଯୁଗ୍ମ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏବଂ ଗାଇସିଲେଟ ବ୍ଲକର କୁମ୍ଭକାର ସମାଜର ଆନୁକୂଲ୍ୟରେ ଯାତ୍ରା ଡୁଙ୍ଗୁରି ନିକଟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗାଇସିଲେଟ ବ୍ଲକର କଲଙ୍ଗାପାଲି, କନ୍ଦୁମୁଣ୍ଡା, କଟାବାହାଲ ତଥା ପଦ୍ମପୁର ବ୍ଲକର ଦହିତା, କନସିଂହା, ବୁଡାମାଲ, କପଶିଲା ଆଦି ଆଞ୍ଚଳିକ କମିଟିର ଜାତି ସମାଜର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ବୈଠକରେ କୁମ୍ଭକାର ସମାଜର ପଦ୍ମପୁର ବ୍ଲକ କମିଟିର ସଭାପତି ହରିବୋଲ ରଣା, ସମ୍ପାଦକ ହିରାଲାଲ ରଣା ତଥା ଗାଇସିଲେଟ ବ୍ଲକ କମିଟିର ସଭାପତି ରତ୍ନାକର ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କୁମ୍ଭକାର ଜାତି ଦେଶରେ ଆଦିମ ଜାତି ହୋଇ ଆଗରୁ ଅନୁସୂଚିତ ଜାତି ଭାବେ ସ୍ଵୀକୃତି ଲାଭ କରିଥିବା ବେଳେ ଧୀରେ ଧୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ତାକୁ ଆଦିବାସୀ ବା ଅନୁସୂଚିତ ଜନଜାତି ତାଲିକାରୁ ବାଦ୍ ଦିଆଯାଇଛି ବୋଲି ଚର୍ଚ୍ଚା ହୋଇଥିଲା । ଏଣୁ ଏହି ବିଷୟରେ ପୂର୍ବରୁ ସ୍ଵୀକୃତି ଲାଭ କରିଥିବା ଏହି ଜାତିକୁ ଅନୁସୂଚିତ ଜନଜାତି ଭାବେ ପୁନଃ ସ୍ଵୀକୃତି ମିଳିବା ସକାଶେ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସାମୁହିକ ଭାବେ ସ୍ଥିର କରାଗଲା । କାର୍ଯ୍ୟକ୍ରମରେ ଉଦୟ ରଣା, ବଳଭଦ୍ର ରଣା, ଜୟଶ୍ରୀ ରଣା, ଦୁର୍ଯ୍ୟୋଧନ ରଣା, ହୃଷିକେଶ ରଣା, କୃଷ୍ଣ ରଣା, ସନ୍ତୋଷ ରଣା, ବାଲମୁକୁନ୍ଦ ରଣା, ରସିଆ ରଣା, ମଙ୍ଗଳୁ ରଣା, ମନବୋଧ ରଣା, ଗିରିଧାରୀ ରଣା, ଫୁଲବାବୁ ରଣା, ଘସିଆ ରଣା ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.