csstore

ବିସାଲ ଆୟୁର୍ବେଦିକ ମାଗଣା ଚିକିତ୍ସା ଶିବିର ୩୦୪ ରୋଗୀଙ୍କୁ ମିଳିଲା ଚିକିତ୍ସା ଏବଂ ଔଷଧ ବଣ୍ଟନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍ ବଲାଙ୍ଗିର ଏକ ବିସାଲ ଆୟୁର୍ବେଦିକ ମାଗଣା ଚିକିତ୍ସା ଶିବିର ଦ୍ୱାରା ୩୦୪ ରୋଗୀଙ୍କୁ ଚିକିତ୍ସା ସହିତ ଔଷଧ ବିତରଣ କରାଯାଇ ଥିଲା । ଏହି ଶିବିର ବଲାଙ୍ଗିର ଆର୍‌ଏମ୍‌ସି ଅଫିସ୍‌ କ୍ୟାମ୍‌ପସ୍‌ରେ ଆୟୋଜିତ ହୋଇଥିଲା । ଆୟୁର୍ବେଦିକ ହସ୍ପିଟାଲର ଡକ୍ଟର ଶଙ୍କର ପାଣିଗ୍ରାହୀ, ଡକ୍ଟର ରାମପ୍ରସାଦ ପଣ୍ଡା ଏବଂ ଡକ୍ଟର ନେହା ଅଗ୍ରୱାଲ ସମସ୍ତ ରୋଗୀଙ୍କ ଚିକିତ୍ସା କରିଥିଲେ । ଶିବିରର ସଂଯୋଜକ ଲୀଳାମୟ ସାହୁ ଏବଂ ସୁଶାନ୍ତ ପାତ୍ର କହିଛନ୍ତି । ଯେ ବିଭିନ୍ନ ରୋଗ, ସେମାନଙ୍କର ନିରାକରଣ, ଚିକିତ୍ସା ଏବଂ ପ୍ରତିରୋଧ ବିଷୟରେ ଲୋକଙ୍କୁ ଅଧିକ ସଚେତନ ତଥା ଜ୍ଞାନବାନ କରିବା ଏହି ଶିବିରର ମୂଳ ଉଦ୍ଦେଶ୍ୟ ଆଜିର ସ୍ୱାସ୍ଥ୍ୟ ଶିବିରକୁ ସଫଳ କରିବାରେ ଡକ୍ଟର ପଞ୍ଚାନନ୍ ପ୍ରଧାନ, ରାମ ନାରାୟଣ ଦାଶ, ପୱନ ଅଗ୍ରୱାଲ, ପୀୟୁଷ ଅଗ୍ରୱାଲ, ଅବ୍ନିଶ ଅଗ୍ରୱାଲ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଜୟ, ସୁଜିତ, ବାସୁଦେବ, ପ୍ରେମଜିତ, ଦେବ ସାହୁ, ସୁଜିତ ସାହୁ, ରାଜୀବ ନାୟକ, କିଶୋର, ରାଜେଶ, ସୁଦୀପ୍ତ, କହେୟ ଲାଲ ଅଗ୍ରୱାଲ, ରାମ ଅବତାର ଅଗ୍ରୱାଲ ତୋଫାନ ପାତ୍ରଙ୍କଠାରୁ ଉତ୍କୃଷ୍ଟ ସମର୍ଥନ ମିଳିଥିଲା । ସହଯୋଗ ଫାଉଣ୍ଡସନ୍‌ର ସମ୍ପାଦିକା ପିଙ୍କି ମୋଦୀ ସୂଚନା ଦେଇଛନ୍ତି ଯେ ଖୁବ୍‌ ଶୀଘ୍ର ବିଭିନ୍ନ ଗ୍ରାମରେ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯିବ ।

jayashree
Leave A Reply

Your email address will not be published.