ତାମ୍ପରାରେ ଡ଼ଙ୍ଗାବୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରଠାରୁ ମାତ୍ର ତିନି କିମି ଦୂରରେ ପଡ଼େ ସୁଶୋଭିତ ପର୍ଯ୍ୟଟନ ସ୍ଥଳ ତାମ୍ପରା ଉପରେ ନିର୍ଭର କରି ଚଳୁଥିବା ଆଖପାଖ ଅଞ୍ଚଳର ଲୋକେ ଡ଼ଙ୍ଗାବାହୀ କାଠ ଆଣିବା ପାଇଁ ଆରପାରିକୁ ଯାଇଥାଆନ୍ତି । କାଠ ଆଣି ବିକ୍ରୀକଲେ ସେମାନଙ୍କର ଗୁଜୁରାଣ ମେଣ୍ଟିବ । ଏହି କୌଳିକ ପ୍ରଥା କେଉଁ ପୁରାତନ ଯୁଗରୁ ଚାଲିଆସିଛି । ଶୁକ୍ରବାର ଡ଼ଙ୍ଗାରେ କାଠ ବୋଝେଇ କରି ଆଣିବା ବେଳେ ଡ଼ଙ୍ଗା ଭାରସାମ୍ୟ ହରାଇଥିଲା । କାଠ ବୋଝେଇ ସହ ପ୍ରାୟ ତିନିଜଣ ଡ଼ଙ୍ଗାରେ ବସି ଆସୁଥିଲେ ବୋଲି କୁହାଯାଏ । ସମସ୍ତେ ବୁଡ଼ିଯାଇଥିଲେ । ତହିଁରୁ ଉଦ୍ଧାର ହେବାପରେ ଜଣେ ମହିଳାଙ୍କର ମୃତ ଦେହ ଫାୟାର ବ୍ରିଗେଡିୟଦଳ ଉଦ୍ଧାର କରିଛନ୍ତି । ମୃତକ ଜଣକ ହେଲେ ନିକଟସ୍ଥ ହୁମର ଗ୍ରାମର ପୁଷ୍ପା ବେହେରା ଓ ଗୁରୁତର ହୋଇଛନ୍ତି । ମୃତକଙ୍କ ନଣନ୍ଦ ବନିତା ବେହେରା ବୋଲି ଜଣାଯାଇଛି । ଘଟଣା ସମ୍ପର୍କରେ ଖବରପାଇ ଜିଲ୍ଲା ପ୍ରଶାସନ ମୃତ ମହିଳାଙ୍କ ପରିବାରକୁ ରେଡ୍‌କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶୋକ ସନ୍ତପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.