ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମହେନ୍ଦ୍ରଗଡଠାରେ ଡିଜିଟାଲ ଶିକ୍ଷାଦାନ କେନ୍ଦ୍ରର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳର ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ରାମଗିରି-ଉଦୟଗିରି ବ୍ଲକର ମହେନ୍ଦ୍ରଗଡଠାରେ ଏକ ଡିଜିଟାଲ ଶିକ୍ଷାକେନ୍ଦ୍ର ଆରମ୍ଭ ହୋଇଛି । ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ଓ.କେ.ସି.ଏଲ.ର ଗଜପତି ଜିଲ୍ଲା ମୁଖ୍ୟ ଶ୍ରୀକାନ୍ତ ମହାନ୍ତି, ନାଏବ ସରପଞ୍ଚ ଉତ୍ତମ ମାଝି, ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ, ଯୁବନେତା, ଶିକ୍ଷାବିତ ସୁବାସ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ତରାସିଆ, ଟି. ଗଙ୍ଗାଧର ପାତ୍ର, ଗ୍ରାମ-ପ୍ରମୁଖ ତ୍ରିନାଥ ସୁନ୍ଦରାୟ ପାତ୍ର, ସମାଜସେବୀ ଅରୁଣ ପଣ୍ଡା, ତ୍ରିନାଥ ନାଟ୍ୟ ସଂସଦର ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ସମ୍ମାନୀତଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଜପତି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଦିଆଯାଉଥିବା ଏହି ଶିକ୍ଷାଦାନ ପ୍ରଣାଳୀର ସୁଯୋଗ ନେଇ ସଦୁପଯୋଗ କରିବା ପାଇଁ ମୁଖ୍ୟଅତିଥି ଆହ୍ବାନ ଦେଇଥିଲେ । ସମସ୍ତ ଅଞ୍ଚଳବାସୀଙ୍କର ପିଲାମାନଙ୍କୁ ଏହି ଶିକ୍ଷାଗ୍ରହଣ କରିବାକୁ ଅତିଥିମାନେ ବୁଝାଇଛନ୍ତି । ଗଜପତି ଜିଲ୍ଲାର ସମସ୍ତ ଅଞ୍ଚଳରେ ଓ.କେ.ସି.ଏଲ.ର ଡିଜିଟାଲ ଶିକ୍ଷାଦାନର ପ୍ରସାର ପାଇଁ ଜିଲ୍ଲାର ମୁଖ୍ୟ ଶ୍ରୀକାନ୍ତ ମହାନ୍ତି ସହଯୋଗ କାମନା କରିଥିଲେ ଏବଂ ଏହି ଅନୁଷ୍ଠାନ ସହିତ ଯୋଗାଯୋଗ କରି ନାମ ଲେଖାଇବା ନିମନ୍ତେ ସମସ୍ତଙ୍କୁ ପ୍ରବତ୍ତାଇ ଥିଲେ । ଶେଷରେ ସାଇ-ଇନଫୋଟେକର ନିର୍ଦ୍ଦେଶକ ତ୍ରିଲୋଚନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.