csstore

ସଇଁତଲାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଉଦ୍‌ଯାପିତ

  • ୨୧ ଗୋଟି ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଆର୍‌ଏସ୍‌ଡି ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଇଁତଲା ଆନୁକୂଲ୍ୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, କିରାଣୀ ଅଶୋକ ସାମନ୍ତରାୟ, ଚଳଚିତ୍ର ନିର୍ଦେଶକ ହିମାଂଶୁ ଖମାରୀ ପ୍ରମୁଖ ଉପସ୍ଥିତ ରହି ବିଜେତା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ୨୧ ଗୋଟି ପ୍ରତିଯୋଗୀମାନେ ଜିଲ୍ଲାସ୍ତରଙ୍କୁ ମନୋନୀତ ହୋଇଥିବା ଜଣାଯାଇଛି । ସଭାକୁ ଶିକ୍ଷକ ନିରଞ୍ଜନ ମାଝୀ ପରିଚାଳନା କରିଥିବା ବେଳେ ସିଆର୍‌ସିସି ହରି ନାଗ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାର ଉଦ୍‌ଘାଟନୀ ଉତ୍ସବରେ ସଇଁତଲା ବିଡ଼ିଓ ବିନୟ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ବ୍ଲକ କୃଷି ଅଧିକାରୀ ଭକ୍ତଚରଣ ଛତ୍ରିଆ, ସଇଁତଲା ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର, ଆର୍‌ଏସ୍‌ଡି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୁଲୁଶ୍ରୀ ଶତପଥି ଓ ମୁଖ୍ୟବକ୍ତା ଭାବେ ଟିଟିଲାଗଡ଼ ଡିଏଭି କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା ପ୍ରମୁଖ ଯୋଗଦାନ କରି ଶିଶୁ ମହୋତ୍ସବ ଉପରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଅଧ୍ୟକ୍ଷତା କରିଥିଲେ । ଏଥିରେ ଶିକ୍ଷକ ତରୁଣ ସୁନା, ସୁଶାନ୍ତ ସେଠ୍‌ ଓ ମନ୍ଦର ଦୀପ ପ୍ରମୁଖ ମଞ୍ଚକୁ ପରିଚାଳନା କରିଥିଲେ । ଏହି ମହୋତ୍ସବରେ ୧୭ ଗୋଟି କ୍ଲଷ୍ଟର ସିନିଅର ଓ ଜୁନିଅର ଛାତ୍ରଛାତ୍ରୀ ୩୨୦ରୁ ଅଧିକ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ସିଆର୍‌ସିସି ଲକ୍ଷରାଜ ମେହେର, ମନୋଜ ସାହୁ, ଶେଷଦେବ ପ୍ରଧାନ, ଉପେନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ହିରଣ୍ମୟୀ ପୃଷେଠ, ପ୍ରମିଳା ବାହାରୀ, ଆଦିତ୍ୟ ରଣାଙ୍କ ସମେତ ସିଆର୍‌ସିସି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଶିକ୍ଷା ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.