jayashree

ଯମୁନା ମାହେଶ୍ୱରୀ ମନ୍ଦିରରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ଦଶହରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ସର୍ବପୁରାତନ ପୀଠ(ଗମ୍ଭୀରା)ରେ ଚଳିତ ବର୍ଷର କୁମାର ପୂର୍ଣ୍ଣିମା ଉତ୍ସବ ପୀଠରେ ଧୁମଧାମର ସହ ପାଳିତ ହୋଇଯାଇଛି । ବିଭିନ୍ନ ରୀତିନୀତି ଅନୁସାରେ ଦଶହରା ଦିନରୁ ଷୋହଳ ଦିନ ମା’ଙ୍କ ପୂଜାର୍ଚ୍ଚନା କରାଯିବା ସହ ଶେଷ ଦିନରେ କୁମାର ପୂର୍ଣ୍ଣିମା ତଥା ଆଶ୍ୱିନ ପୂର୍ଣ୍ଣମୀ ଉତ୍ସଵ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ଦିର ପୂଜକ ରୂପେ ଦୁର୍ଯ୍ୟୋଧନ ପାଣିଗ୍ରାହୀ, ଦେହେରୀ ଭାବେ ପ୍ରକାଶନନ୍ଦ ମହାକୁର, ଜୟରାମ ଥନାପତି, ମୂରଲୀ ମହାକୁର, କୃଷ୍ଣଚନ୍ଦ୍ର ପାତ୍ର, ଡଗର ମହାକୁର, ନେତ୍ରାନନ୍ଦ ମହାକୁର, ଗୂର୍ଜୁ ମହାକୁର, ନିତ୍ୟାନନ୍ଦ ମହାକୁର, ଚୈତନ୍ୟ ଛନ୍ଦ, ଭିକାରୀ ପାତ୍ର, ଲୋଚନ ମହାକୁର, ମଧୁସୂଦନ କର୍ମୀ, ଉଦ୍ରାଧର ମହାକୁର, କ୍ଷୀରଧର କର୍ମୀ, ଦିଲ୍ଲୀପ କର୍ଣ୍ଣ, ସୁରକାର ଚାଉଳିଆ, ସୁଶୀଲ ମେର୍ଲୀ, ବ୍ୟାସଦେବ ପଧାନ, ଭବାନୀ ବଘାର, ଗାନ୍ଧୀଲାଲ ମହାକୁର, ଶଙ୍କର୍ସଣ କର୍ମୀ, ହେମନ୍ତ ପର୍ଡିଆ, ରୁଦ୍ରାଧର ପଧାନ, ଚକା ମେର୍ଲି, ହର୍ଷବର୍ଦ୍ଧନ ମହାକୁର, ସୁଦର୍ଶନ କର୍ମୀ, ସୁରେଶ ପଧାନ, ସଞ୍ଜୟ ମହାକୁର, ନାଭ ମହାକୁର, ସଚିଦାନନ୍ଦ ମହାକୁର ଓ ଭବନାନନ୍ଦ ମହାକୁରଙ୍କ ସହ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ବ୍ଲକ ଅନ୍ତର୍ଗତ ମୁରିବାହାଲ, ଖରାଲି, ଜାନିପଡା, ବାରବନ୍ଧ, ବାଗବାହାଲି, ଚଣାବାହାଲ, ଦନ୍ଦରା ମାହେଶ୍ଵରୀ ମନ୍ଦିର ଗୁୁଡିକରେ ମଧ୍ୟ କୁମାର ପୂର୍ଣ୍ଣିମା ଉତ୍ସବ ସହ ଚଳିତ ବର୍ଷର ଦଶହରା ମହୋତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି ।

Leave A Reply

Your email address will not be published.