ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ସମସ୍ତ ଦୁର୍ଗା ମଣ୍ଡପରୁ ମା’ଙ୍କୁ ଦିଆଯାଇଛି ମେଲାଣି । ଦଶହରା ସରିବା ପରେ ଶୁକ୍ରବାର ଦିନ ସକାଳୁ ରାତି ଭିତରେ ମାଉସୀ ମା’ ମନ୍ଦିର, ସ୍ଵାଧୀନପଡ଼ା, ଇଲେକ୍ଟ୍ରି ଅଫିସ, ଅନ୍ନପୂର୍ଣ୍ଣା, ହାଟପଦା ପଡ଼ା ଦୁର୍ଗା ପୂଜା କମିଟିର ଦୁର୍ଗା ମେଢ଼ ଶୋଭାଯାତ୍ରାରେ ବାହାରି ମା’ଙ୍କ ଭସାଣି କାର୍ଯ୍ୟକ୍ରମ ଧୁମ୍ଧାମ୍ରେ ସମ୍ପନ୍ନ ହୋଇଯାଇଛି । ଘଣ୍ଟା ବାଦ୍ୟ, ଡିଜେ, ରେକର୍ଡ ଡେନ୍ସ, ଦୁଲ୍ଦୁଲି ବାଜା, ଘୁମୁରା ବାଜାର ତାଳେ ତାଳେ କମିଟିର ସଦସ୍ୟମାନେ ନାଚି ନାଚି ଖୁସିର ସହିତ ମା’ଙ୍କୁ ବିଦାୟ ଦେଇଛନ୍ତି । ସଂଧ୍ୟା ସମୟରେ ହାଟପଦାପଡ଼ା ଦୁର୍ଗା ମେଢ଼ ଭସାଣି ସମୟରେ ଶୋଭାଯାତ୍ରା ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା । ଏହି ସମସ୍ତ ଭସାଣି ଶୋଭାଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ସହ ସମସ୍ତ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ।