csstore

ଗୌଡ଼ଗୋଠ ପ୍ରଥମ ପାଟଖଣ୍ଡା ମହୋତ୍ସବର ତୃତୀୟ ସନ୍ଧ୍ୟା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଗୌଡ଼ଗୋଠ ପଞ୍ଚାୟତର ଗୌଡ଼ଗୋଠରେ ଦୀର୍ଘ ୨୦ବର୍ଷ ହେବ ଚାଲି ଆସୁଥିବା ପାଟଖଣ୍ଡା ଯାତ୍ରା ଅବସରରେ ଚଳିତ ବର୍ଷ ପ୍ରଥମ କରି ପାଟଖଣ୍ଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ଦିନ ମହୋତ୍ସବ ଆନୁଷ୍ଠାନିକ ଭାବେ ଏହି ମହୋତ୍ସବ ଉଦଘାଟିତ ହୋଇଥିଲା । ୩ଦିନ ଧରି ଚାଲିଥିବା ଏହି ମହୋତ୍ସବର ଗୁରୁବାର ତୃତୀୟ ସନ୍ଧ୍ୟାରେ ଆଦିବାସୀ ନେତା ମୟ ପ୍ରଧାନୀ ମଞ୍ଚ ପରିଚାଳନା କରିଥିବା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଞ୍ଚଳର ବିକାଶ ପାଇଁ ଶେଷ ପର୍ୟ୍ୟନ୍ତ ଉଦ୍ୟମ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ସମ୍ମାନୀତ ଭାବେ ବ୍ଲକ ଉପାଧ୍ୟକ୍ଷା ସୂର୍ୟ୍ୟକାନ୍ତୀ ଛତ୍ରିଆ, ସରପଞ୍ଚ ରଞ୍ଜିତା ସାହୁ, ସମିତି ସଭ୍ୟ ଟଙ୍କଧର ବେରିଆ, ବଲାଙ୍ଗିର ସେବାଦଳ ମୁଖ୍ୟ ଅସିତ ମିଶ୍ର, ଅବସର ପ୍ରାପ୍ତ ଶିକ୍ଷକ ଗୁଣନିଧୀ ସାହୁ, ସମାଜ ସେବୀ ଘନଶ୍ୟାମ ସାହୁ, ପ୍ରଫୁଲ୍ଲ ଦାଶ, ଅନନ୍ତ ଚୌହାନ, ପ୍ରତାପ ରଣା ପ୍ରମୁଖ ଯୋଗ ଦେଇଥିବା ବେଳେ ନବକୁମାର ସାହୁ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ପାଟଖଣ୍ଡା ମହୋତ୍ସବ କିମଟିର ସଭାପତି ଦୁର୍ଯ୍ୟେଧନ ରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ହରିଶ୍ଚନ୍ଦ୍ର ଭୋଇ, ପିତାମ୍ବର ମଲ୍ଲିକ, ମୟ ରଣା, ମୌଜାଫର ରଣା, ରବିନ୍ଦ୍ର ରଣା, ରାଧାକାନ୍ତ ଭୋଇ, ଜିବର୍ଦ୍ଧନ ରଣା ଓ ଅଜୟ ରଣା ପ୍ରମୁଖ ସହଯୋଗ କରିଥିଲେ । ସଂସ୍କୃତିକ କାର୍ଯ୍ୟକ୍ରମରେ ଫଟକରାର ମହିଷାଷୁର ଦରବାର ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.