ବାଇକକୁ ଧକ୍‌କା ଦେଲା କାର୍‌ : ୨ ଗୁରୁତର, ୧ ଆହାତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲ୍ଲୀ ଛକ ୧୬ ନମ୍ବର ଜାତୀୟ ରାଜପଥ ଗଞ୍ଜାମ ଥାନା ସମ୍ମୁଖରେ ପୁରୀଠାରୁ କେରଳ ଅଭିମୁଖେ ଯାଉଥିବା ଏକ କାର୍‌ ଓ ଗଞ୍ଜାମରୁ ୧୬ ନମ୍ବର ରାଜପଥ ଅପର ପ୍ରଶ୍ୱକୁ ଯାଉଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣ ଆହାତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହାତଙ୍କ ମଧ୍ୟରୁ ଅଗସ୍ତିନୂଆଗାଁର ବିଶ୍ୱନାଥ ନାହାକ ଓ ଶିବରାମ ସ୍ୱାଇଁ ଗୁରୁତର ଥିବା ବେଳେ ହରି ନାହାକ ଆହାତ ହୋଇଛନ୍ତି । କେଏ୦୧ ଏମପି -୧୮୯୭ ନଂ କାର ଓଡି୦୭ଏଏସ- ୧୧୧୭ ନଂ ବାଇକକୁ ଧକ୍କା ଦେଇଥିଲା । ଗଞ୍ଜାମ ଥାନାର ଏଏସ୍‌ଆଇ କ୍ଷେତ୍ରମୋହନ ସାହୁ ସହ ଥାନାର ସିପାହୀ ମାନଙ୍କ ସହଯୋଗ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବିଶ୍ୱନାଥ ଓ ଶିବରାମଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାନେଇ ବ୍ରହ୍ମପୁର ସ୍ତାନାନ୍ତର କରାଯାଇଥିଲା । ସେହି ରାସ୍ତା ଦେଇ ଗଞ୍ଜାମ ସହରର କିଛି ବୁଦ୍ଧିଜିବି ଓ ଦୁଇ ଗଣମାଧ୍ୟମ ପ୍ରତିନିଧି ବିସ୍ମୟ ଓ ରବୀନ୍ଦ୍ର ଆହତମାନଙ୍କୁ ଉଧାର କରି ମେଡିକାଲ ପଠେଇବା ବ୍ୟବସ୍ତା କରିଥିଲେ ।

Leave A Reply

Your email address will not be published.