csstore

ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳା ଅଧ୍ୟକ୍ଷ ନିର୍ବାଚନ : ବର୍ଷ ୨୦୨୩/୨୫ ପାଇଁ ରିଙ୍କୁ ଅଗ୍ରୱାଲ ନିର୍ବାଚିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳାର ପରିଚାଳନା ପାଇଁ ପ୍ରତି ଦୁଇ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ବର୍ଷ ୨୦୨୩/୨୫ ପାଇଁ ଅଧ୍ୟକ୍ଷ ପଦ ପାଇଁ ପ୍ରେମ ଚାନ୍ଦ ଜୈନ ଓ ରିଙ୍କୁ ଅଗ୍ରୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ଦୁଇଟି ଭୋଟ ବ୍ୟବଧାନରେ ରିଙ୍କୁ ଅଗ୍ରୱାଲ ବିଜୟୀ ହୋଇଛନ୍ତି । ସମ୍ପାଦକ ଭାବରେ ନିର୍ବାଚିତ ହେଲେ ଗୋବିନ୍ଦ ପ୍ରସାଦ ଜୈନ, ସହ ସଚିବ ଭାବେ ନିର୍ବାଚିତ ହେଲେ ମୋହନ ଲାଲ ଗୁପ୍ତା । ମହାବୀର ପଞ୍ଚାୟତି ଧର୍ମଶାଳାର ୧୨୫ ଟ୍ରଷ୍ଟି ମଧ୍ୟରୁ ୧୦୬ ଜଣ ସଦସ୍ୟ ଏହି ନିର୍ବାଚନରେ ସାମିଲ ହୋଇ ମତଦାନ କରିଥିଲେ । ଆଗାମୀ ଦିନରେ ମହାବୀର ପଞ୍ଚାୟତି ଧର୍ମଶାଳାର ଯଥା ସମ୍ଭବ ଉନ୍ନତି ଦିଗରେ ଟ୍ରଷ୍ଟି ସଦସ୍ୟଙ୍କ ସହ ମିଶି କାର୍ଯ୍ୟ କରିବି ବୋଲି କହିବା ସହ ମତଦାନ କରି ନିର୍ବାଚିତ କରିଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି ।

jayashree
Leave A Reply

Your email address will not be published.