ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ନଭେମ୍ବର ୧ରେ ପାଳିତ ହେବ ବଲାଙ୍ଗିିର ଦିନ୍ । ଏଥିପାଇଁ ସମସ୍ତ ଦିଗରୁ ଜୋର୍ସୋର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି ବଲାଙ୍ଗିର ପୌର ପରିଷଦ ସହ ବଲାଙ୍ଗିର ଦିନ୍ ଆୟୋଜକ କମିଟିର ସଦସ୍ୟମାନଙ୍କ ପୌର ପରିଷଦ ସଭାଗୃହରେ ଏକ ବୈଠକର ଆୟୋଜନ ହୋଇଥିବା ବେଳେ ଏଥିରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଅଧ୍ୟକ୍ଷତା କରିଥିଲେ । ବଲାଙ୍ଗିର ଦିନ ପାଳନ ପାଇଁ ପୌର ପରିଷଦ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବ ବୋଲି ବୈଠକରେ ମତପ୍ରକାଶ ପାଇଥିବା ବେଳେ ପୌର ପରିଷଦର ଉପସ୍ଥିତ ସଦସ୍ୟମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଛନ୍ତି । ବଲାଙ୍ଗିର ଦିନ ଆୟୋଜକ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ ଦଳ ମତ ନିର୍ବିଶେଷରେ ବଲାଙ୍ଗିର ଦିନ୍ ପାଳନରେ ସମସ୍ତ ବଲାଙ୍ଗିରବାସୀ ସାମିଲ୍ ହେବା ପାଇଁ ଆହ୍ୱାନ କରିଛନ୍ତି ।