jayashree

ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୨୬ରେ ମହାରାଷ୍ଟ୍ର ଏବଂ ଗୋଆ ଗସ୍ତ

● ପ୍ରଧାନମନ୍ତ୍ରୀ ଶିରିଡିର ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହ ଦର୍ଶନ କରିବେ
● ମନ୍ଦିରରେ ନୂତନ ଦର୍ଶନ ଫକ୍ତି ପରିସର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ
● ପ୍ରଧାନମନ୍ତ୍ରୀ ନୀଲୱାଣ୍ଡେ ନଦୀ ବନ୍ଧର ଜଳପୂଜନ କରିବା ସହ ଏହାର ବାମ ପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
● ପ୍ରଧାନମନ୍ତ୍ରୀ ନମୋ ଶେତକାରୀ ମହା ସମ୍ମାନ ନିଧି ଯୋଜନାର ଉଦ୍ଘାଟନ କରିବେ, ଏହା ଦ୍ୱାରା ୮୬ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ
● ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ୭୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକାଶ ପ୍ରକଳ୍ପ ସମୂହର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ
● ପ୍ରଥମ ଥର ପାଇଁ ଗୋଆରେ ହେଉଥିବା ୩୭ତମ ଜାତୀୟ କ୍ରୀଡା ପ୍ରତିଯୋଗିତାକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୬, ୨୦୨୩ଦିନ ମହାରାଷ୍ଟ୍ର ଓ ଗୋଆ ଗସ୍ତ କରିବେ । ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ପହଞ୍ଚି ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହ ଦର୍ଶନ କରିବେ । ମନ୍ଦିରରେ ସେ ମଧ୍ୟ ନବନିର୍ମିତ ଧାଡିି ଦର୍ଶନ ପରିସରକୁ ଉଦ୍ଘାଟନ କରିବେ । ପ୍ରାୟ ଅପରାହ୍ନ ଦୁଇଟା ବେଳେ, ପ୍ରଧାନମନ୍ତ୍ରୀ ନୀଳୱାଣ୍ଡେ ଆନିକଟରେ ଜଳପୂଜନ କରିବା ସହ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଅପରାହ୍ନ ପ୍ରାୟ ୩ଟା ୧୫ମିନିଟ୍ରେ ପ୍ରଧାନମନ୍ତ୍ରୀ ଶିରିଡିଠାରେ ଏକ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ସେ ସ୍ୱାସ୍ଥ୍ୟ, ରେଳ, ସଡକ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ପ୍ରାୟ ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ପ୍ରାୟ ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଗୋଆ ପହଂଚି ୩୭ତମ ଜାତୀୟ କ୍ରୀଡାକୁ ଉଦ୍ଘାଟନ କରିବେ ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିରିଡିଠାରେ ଉଦ୍ଘାଟିତ ହେବାକୁ ଥିବା ନୂତନ ଧାଡି ଦର୍ଶନ ପରିସର ଭବନ ଅତ୍ୟାଧୁନିକ ଢାଞ୍ଚାରେ ଆରାମ ଦାୟକ ପ୍ରତୀକ୍ଷା ସ୍ଥଳଭାବେ ନିର୍ମିତ ହୋଇଛି । ଏଥିରେ କେତେଗୁଡିଏ ପ୍ରତୀକ୍ଷାଳୟ ରହିଛି ଯେଉଁଥିରେ ଦଶ ହଜାରରୁ ଅଧିକ ଭକ୍ତ ଏକା ସମୟରେ ଦର୍ଶନ ପାଇଁ ଅପେକ୍ଷା କରିପାରିବେ । ଏଥିରେ ବାତାନୁକୂଳୀତ ଜନ ସୁବିଧା ଯଥା ଆସବାବପତ୍ର ରଖିବା ଘର, ଶୌଚାଳୟ, ବୁକିଂ କାଉଣ୍ଟର, ପ୍ରସାଦ କାଉଣ୍ଟର, ସୂଚନା କେନ୍ଦ୍ର ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଅକ୍ଟୋବର ୨୦୧୮ରେ ଏହି ନୂତନ ଧାଡି ଦର୍ଶନ ପରିସରର ଶିଳାନ୍ୟାସ କରିଥିଲେ ।
ପ୍ରଧାନମନ୍ତ୍ରୀ ନୀଲୱାଣ୍ଡେ ଡ୍ୟାମର ୮୫ କିଲୋମିଟର ଦୀର୍ଘ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏଥି ଯୋଗୁଁ ଅହମ୍ମଦନଗର ଜିଲ୍ଲାରୁ ଛଅ ଓ ନାସିକରୁ ଗୋଟିଏ, ଏହିପରି ମୋଟ ସାତଟି ତହସିଲରେ ୧୮୨ଟି ଗ୍ରାମର ଜନସାଧାରଣ ପାଇପ୍ ଯୋଗେ ପାଣି ପାଇ ଉପକୃତ ହେବେ । ନୀଲୱାଣ୍ଡେ ଡ୍ୟାମ କାର୍ଯ୍ୟ ୧୯୭୦ରେ ଆରମ୍ଭ କରାଯାଇଥିବାବେଳେ ଏହା ୫୧୭୭ କୋଟି ଟଙ୍କାରେ ସମ୍ପୂର୍ଣ୍ଣ ହୋଇଛି ।

ଜନସାଧାରଣଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଯୋଗୁଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମହାରାଷ୍ଟ୍ରର ୮୬ଲକ୍ଷରୁ ଅଧିକ କୃଷକ ସୁବିଧା ପାଇବେ । ସେମାନଙ୍କୁ ବାର୍ଷିକ ଛଅହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ମଧ୍ୟ କେତେକ ବିକାଶମୂଳକ ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେଗୁଡିକ ମଧ୍ୟରେ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ଆୟୁଷ ହସପିଟାଲ, କୁର୍ଦୁୱାଡୀ-ଲାଟୁର ରୋଡ ୧୮୬ କିଲୋମିଟର ଦୀର୍ଘ ରେଳପଥ ବିଦ୍ୟୁତୀକରଣ, ଜଳଗାଓଁରୁ ଭୂଷାବଲ ମଧ୍ୟରେ ୨୪.୪୬ କିଲୋମିଟର ତୃତୀୟ ଓ ଚତୁର୍ଥ ରେଲପଥ, ଏନଏଚ୍-୧୬୬ ସାଙ୍ଗିଲିରୁ ବୋରଗାଓଁ ଚାରିଲାଇନ ବିଶିଷ୍ଟ ସଡକ, ଭାରତୀୟ ତୌଳ ନିଗମର ମନମାଡ ଟର୍ମିନାଲରେ ଅତିରିକ୍ତ ସୁବିଧା ଅର୍ନ୍ତଭୁର୍କ୍ତ ।

ପ୍ରଧାନମନ୍ତ୍ରୀ ମଧ୍ୟ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଶାଖାର ଶିଳାନ୍ୟାସ କରିବେ ।
କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଓ ସ୍ୱାମୀତ୍ୱ କାର୍ଡ ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରିବେ ।

ଗୋଆରେ ପ୍ରଧାନମନ୍ତ୍ରୀ- ପ୍ରଧାନମନ୍ତ୍ରୀ ତାଙ୍କ ନେତୃତ୍ୱରେ ଦେଶର କ୍ରୀଡା ସଂସ୍କୃତିରେ ବିଶାଳ ପରିବର୍ତ୍ତନ ଘଟିଛି। ନିରବଚ୍ଛିନ୍ନ ସରକାରୀ ପ୍ରୋତ୍ସାହନ ଯୋଗୁଁ କ୍ରୀଡାବିତ୍ମାନଙ୍କ କ୍ରୀଡ ନୈପଣ୍ୟ ଆର୍ନ୍ତଜାତିକ ସ୍ତରରେ ଛୁଇଁଛି । କ୍ରୀଡାବିତମାନଙ୍କ ଉତ୍ତମ ପ୍ରଦର୍ଶନକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ସ୍ଥାନରେ ଜାତୀୟ କ୍ରୀଡାମାନ ଅନୁଷ୍ଠିତ ହେଉଛି ।
ପ୍ରଧାନମନ୍ତ୍ରୀ ଗୋଆର ମାଓଗାଓଁ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ୨୬ତାରିଖ ଦିନ ୩୭ତମ ଜାତୀୟ କ୍ରୀଡାର ଉଦ୍ଘାଟନ କରିବେ । ଏହି ଅବସରରେ ସେ ଅଂଶଗ୍ରହଣକାରୀ କ୍ରୀଡାବିତମାନଙ୍କୁ ମଧ୍ୟ ସମ୍ବୋଧନ କରିବେ ।

ପ୍ରଥମଥର ନିମନ୍ତେ ଗୋଆରେ ଏହି ଜାତୀୟ କ୍ରୀଢା ଅନୁଷ୍ଠିତ ହେଉଛି । ଏହା ଅକ୍ଟୋବର ୨୬ରୁ ନଭେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶବ୍ୟାପୀ ୧୦ହଜାରରୁ ଅଧିକ ଖେଳାଳି ଏଥିରେ ଅଂଶଗ୍ରହଣ କରୁଥିବାବେଳେ ୪୩ଟି ବିଭିନ୍ନ ପ୍ରକାର ଖେଳ ୨୮ଟି ସ୍ଥାନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.