- ଓଡ଼ିଶାରେ ଖଣ୍ଡାୟତ ରେଜିମେଣ୍ଟ ହେବା ଦରକାର: ଡ଼ଃ ମଲ୍ଲିକ
ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରୀୟ ମହାସଭା ଇସ୍ପାତ ନଗରୀ କମିଟି ତରଫରୁ ପାଟଖଣ୍ଡା ରୁପେ ପରିଚିତ ବାରହାତ ଖଡ୍ଗ ପୂଜା ଓ ଶୋଭାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନ ଠାରେ ମହାସଭାର କାର୍ଯ୍ୟକାରି ସଭାପତି ଯଦୁମଣି ସ୍ୱାଇଁଙ୍କ ସଭାପତିତ୍ତ୍ୱ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵ ତଥା ବରିଷ୍ଠ ଉପସଭାପତି ଉପେନ୍ଦ୍ର କୁମାର ନାୟକ ଓ ସୁରେନ୍ଦ୍ର କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଇତିହାସ ବିଭାଗର ପ୍ରାଧ୍ୟାପକ ଡ଼ଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଖଣ୍ଡାୟତ କ୍ଷେତ୍ରୀୟ ମାନଙ୍କ ଉତ୍ପତ୍ତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ଆଲୋଚନା କରି ଡ଼ଃ ମଲ୍ଲିକ କହିଲେ ଯେ ସେନାବାହିନୀ ମଧ୍ୟରେ ସାହସ ଓ ସମର ପ୍ରବଣତା ସୃଷ୍ଟି କରିବା ନିମନ୍ତେ ସମ୍ଭବତଃ ଶରତକାଳୀନ ଦୁର୍ଗାପୂଜା ଓ ଖଡ୍ଗ ଉପାସନା ପରମ୍ପରା ଆରମ୍ଭ କରାଯାଇଥିଲା । ଖଣ୍ଡ ଶବ୍ଦରୁ ଖଣ୍ଡାୟତ ସୃଷ୍ଟି ହୋଇଛି । ଏହା ସହ ସମର ସଂସ୍କୃତିରେ ଦୁର୍ଗାମାଧବ ଓ ଖଡ୍ଗ ଉପାସନା, ସେକ୍ଟର ୩ ଖଡ୍ଗ ମନ୍ଦିରର ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଓଡ଼ିଶାରେ ଖଣ୍ଡାୟତ ରେଜିମେଣ୍ଟ ହେବା ସପକ୍ଷରେ ମତ ରଖି ଏଥିପାଇଁ ପ୍ରୟାସ କରାଯିବା ଦରକାର ବୋଲି ସେ ଆହ୍ୱାନ ଦେଇଥିଲେ । ମହାସଭାର ମୁଖପାତ୍ର କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ସଭାପତିତ୍ତ୍ୱ କରୁଥିବା ଶ୍ରୀ ସ୍ୱାଇଁସଭାପତିତ୍ତ୍ୱ ଅଭିଭାଷଣ ସହ ଖଡ୍ଗ ଭବନର ଐତିହ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ପାତ୍ର କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମ ପରିଚାଳନାରେ ସାଗରିକା ଭୁଜବଳ ଓ ପ୍ରଯୁକ୍ତା ଭବାନୀ ନାୟକ ସହଯୋଗ କରିଥିଲେ । ଆଲୋଚନା ସଭା ପରେ ମୀନତି ବିିଶ୍ୱାଳଙ୍କ ନେତୃତ୍ତ୍ୱରେ ଖଣ୍ଡାୟତ କ୍ଷେତ୍ରୀୟ ଶତାଧିକ ମହିଳା ମାନଙ୍କର ଖଡ୍ଗ ଶୋଭାଯାତ୍ରା ଖଡ୍ଗ ଭବନରୁ ବାହାରି ସେକ୍ଟର ୨ ବିଜୁ ପଟ୍ଟନାୟକ ଛକ ପର୍ୟ୍ୟନ୍ତ ଯାଇ ସେଠାରେ ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା ଖଡ୍ଗ ଭବନକୁ ଫେରିଥିଲା । ଏହି ଅବସରରେ ଖଣ୍ଡାୟତ କ୍ଷେତ୍ରୀୟ ଭାଇ ଓ ଭଉଣୀ ମାନଙ୍କ ଦ୍ଵାରା କଳାକୈାଶଳ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ସସ୍ମିତା ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବ ଶ୍ରୀ ହରିହର ରାଉତରାୟ, ନାରାୟଣ ସାମଲ,ରାଧାଶ୍ୟାମ ପରିଡ଼ା, ଅକ୍ଷୟ ଜେନା, ଗଙ୍ଗାଧର ନାୟକ, କିଶୋର ନାୟକ, ସସ୍ମିତା ପ୍ରଧାନ, ଜ୍ୟୋସ୍ନା ନାୟକ,ରବି ପରିଡ଼ା, ବାବାଜୀ ସ୍ୱାଇଁ, ଉଗ୍ରସେନ ବିି୍ଶ୍ୱାଳ, ରବିନ୍ଦ୍ର ବାରିକ, ହୃଷିକେଶ ପରିଡ଼ା, ଅବନୀ ବଳ, ନୀଳମଣି ଜେନା, ଶମ୍ଭୁନାଥ ପରିଡ଼ା, ସୁବ୍ରତ ମଲ୍ଲିକ, ପ୍ରଦୀପ ଭୁଜବଳ, ଚାନ୍ଦମଣି ବେହୁରା, ନାରାୟଣ ମହାନ୍ତି, ଅଭି ପାତ୍ର, ଡମ୍ବରୁଧର ଜେନା, ମନମୋହନ ସାମଲଙ୍କ ପ୍ରତିନିଧି କାହ୍ନୁ ବେହେରା ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ ।