ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଟଙ୍କା ନେଣଦେଣକୁ ନେଇ କଥା କଟାକଟି ପରେ ସଂଘର୍ଷ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମାମଲା ଆସି ବଲାଙ୍ଗିର ଟାଉନ ଥାନାରେ ପହଂଚିଛି । ସୂଚନା ଅନୁସାରେ ରୁଗୁଡିପଡାର ତଳି ଗଳିରେ ରହୁଥିବା ଜୟନ୍ତ ଶେଖର ରୁଗୁଡିପଡାର ସଞ୍ଜୟ କୁମାର ଶତପଥୀଙ୍କ ଠାରୁ ଦେଢ଼ ବର୍ଷ ତଳେ ୧୦ ହଜାର ଟଙ୍କା ନେଇଥିଲେ । ହେଲେ ସେ ଟଙ୍କା ଫେରାଉ ନଥିଲେ । ଗତକାଲି ସନ୍ଧ୍ୟାରେ ସଞ୍ଜୟ ଟଙ୍କା ମାଗିବାକୁ ଯାଇଥିବା ବେଳେ ଜୟନ୍ତ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଝଗଡ଼ା କରିଥିଲେ ବୋଲି ସଞ୍ଜୟ ତାଙ୍କର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ମାର୍ପିଟ୍ରେ ଦୁହେଁ ଆହତ ହୋଇଥିବା ଜଣାପଡିଛି । ଏନେଇ ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
Prev Post
Next Post