ନବରାତ୍ରୀରେ ମା’ ବ୍ୟାଘ୍ରଦେବୀଙ୍କୁ ଦର୍ଶନ କଲେ ରାମଚନ୍ଦ୍ର ପଣ୍ଡା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ମା’ ବ୍ୟାଘ୍ରଦେବୀଙ୍କ ନବରାତ୍ରୀ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ଆସୁଥିବା ବେଳେ ନବମୀ ତିଥିରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ନବମୀ ରାତ୍ରିରେ ସବୁଦିନଠାରୁ ଅଧିକ ଚଳଚଞ୍ଚଳ ଥିଲା । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ରପଣ୍ଡା ଯୋଗଦେଇ ନବମୀ ତିଥିର ରାତ୍ରୀକାଳୀନ ପୂଜା ସମ୍ଭାରରେ ଦେବୀଙ୍କ ଦର୍ଶନ କରିବା ସହ ବିଭୂ-କୃପା ଲାଭ କରି ନିଜକୁ ଧନ୍ୟ ମନେ କରିଥିଲେ । ଏହି ସମୟରେ ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ରାଜେଶ ସାହୁ, ଉପ-ସଭାପତି ରବିନ୍ଦ୍ର ସାହୁ ଏବଂ କର୍ତ୍ତା ଭାବେ ଗୋପାଳ ସ୍ୱାମୀ ଏବଂ କାର୍ଯ୍ୟକ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିବା ବହୁ ପୁରୁଖା ନେତ୍ତୃବର୍ଗ ପ୍ରମୁଖ ଉପସ୍ଥିତ ରହି ବରେଣ୍ୟ ଅତିଥିଙ୍କୁ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.