pakka

ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା ଅଭିଯୋଗ

bbehera

ପୁଇଁତଲା, (କେପିଏନ୍‌ଏସ୍‌) : ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା କରିଥିବା ଭଳି ଏକ ସଂଗୀନ ଅଭିଯୋଗ ଆଜି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନାରେ ପହଂଚିଛି । ସଂପୃକ୍ତ ମୃତ ଗାଡ଼ି ଡ୍ରାଇଭର୍‌ଙ୍କ ଭାଇ ପୁଇଁତଲା ଥାନା କୁଲେରବାହାଲି ନିବାସୀ ଚନ୍ଦନ ନନ୍ଦ ଏଭଳି ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ଗତକାଲି ବଲାଙ୍ଗିର ବେହେରାପାଲିରେ ରହୁଥିବା ବିନିକା ରଥପଡ଼ାର ମୂଳ ନିବାସୀ ଫର୍ମାସିଷ୍ଟ ଅନୀଲ ମହନ୍ତ ଗାଡ଼ି ଡ୍ରାଇଭର୍‌ ମକୁନ୍ଦ ନନ୍ଦଙ୍କ ଗାଡ଼ି ଭଡ଼ାରେ ନେଇ ନିଜ ପରିବାର ସହ କୁଟାସିଂହାକୁ ଯାଇଥିଲେ । କୁଟାସିଂହାରେ ରାତିରେ ମକୁନ୍ଦଙ୍କୁ ଗାଡ଼ିରେ ଛାଡ଼ି ନିଜ ପରିବାର ସହ ସେ ଘରେ ଶୋଇଥିଲେ । ସକାଳୁ ଗାଡ଼ିରେ ମକୁନ୍ଦଙ୍କ ନିଶ୍ଚଳ ମୃତଦେହ ଦେଖିବା ପରେ ବି ସେ ନିଜ ପରିବାରକୁ ନେଇ ବଲାଙ୍ଗିର ଆସିଥିଲେ ଓ ନିଜ ପରିବାର ସଦସ୍ୟଙ୍କୁ ଘରେ ଛାଡ଼ିବା ପରେ ମୃତ ମକୁନ୍ଦଙ୍କୁ ଡାକ୍ତରଖାନାରେ ପହଂଚାଇଥିଲେ । ତେବେ ମୃତ ମକୁନ୍ଦଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭାଇଙ୍କୁ ରାତିରେ ଗାଡ଼ି ଭିତରେ ହତ୍ୟା କରି ଫର୍ମାସିଷ୍ଟ ଜଣକ ଆରାମରେ ଶୋଇଥିଲେ ଏବଂ ସକାଳୁ ମକୁନ୍ଦଙ୍କ ନିଶ୍ଚଳ ଅବସ୍ଥା ଦେଖିବା ପରେ ବି ତାଙ୍କୁ ଚିକିତ୍ସା କରାଇବା ପାଇଁ ଡାକ୍ତରଖାନାକୁ ନ ପହଂଚାଇ ନିଜ ପରିବାର ଧରି ବଲାଙ୍ଗିର ଚାଲି ଆସିଥିଲେ ଓ ଦୀର୍ଘ ଦେଢ଼ ଘଂଟା ପରେ ବଲାଙ୍ଗିର ଡାକ୍ତରଖାନାରେ ପହଂଚାଇଥିଲେ । ମୋ ଭାଇଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମୃତ ମକୁନ୍ଦଙ୍କ ଭାଇ ଚନ୍ଦନ ନନ୍ଦ । ତେବେ ଚନ୍ଦନଙ୍କ ସହ ବହୁ କୁଲେରବାହାଲି ଗ୍ରାମବାସୀ ମଧ୍ୟ ଅଭିଯୋଗ କରିବା ପାଇଁ ଥାନାରେ ପହଂଚିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଫର୍ମାସିଷ୍ଟ ଅନୀଲ ମହନ୍ତ ତାଙ୍କର କିଛି ଦୋଷ ନାହିଁ ବୋଲି ବୋଲି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଗତକାଲି ସେମାନେ ଯିବା ସମୟରେ ବାଟରେ ଢ଼ାବାରେ ଖାଇ ରାତିରେ କୁଟାସିଂହାରେ ପହଂଚିଥିଲେ । ସେ ମକୁନ୍ଦଙ୍କୁ ଘରେ ଶୋଇବା ପାଇଁ ଡାକିଥିଲେ ବି ମକୁନ୍ଦ ଗାଡ଼ିରେ ଶୋଇବି ବୋଲି କହିଥିଲେ । ସକାଳୁ ଗାଡ଼ିରେ ମକୁନ୍ଦଙ୍କ ନିଶ୍ଚଳ ଶରୀର ସେ ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି । ତେବେ ଘଟଣାର ରହସ୍ୟ ଖୋଲିବାକୁ ଏବେ ତଦନ୍ତ ଆରମ୍ଭ କରିଛି ପୁଇଁତଲା ପୋଲିସ୍‌ ।

jay balangir
Leave A Reply

Your email address will not be published.

4 × 3 =