oom

ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ପଂଚାୟତର ଲୁକାପରା, ପିପଲମୁଣ୍ଡା, ଖଇରା ଓ ବେଲପଡା ପଂଚାୟତର ଚାଉଳିଆ, ବେଲପଡା, ଡଙ୍ଗିଆ, ଖୁଜେନବାହାଲ, ବାଗବାହାଲ, ବରକାନୀ ଓ ଜୁରାବନ୍ଧ ପଂଚାୟତର ତାଳଚକେଲ ଗ୍ରାମଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାବିମୁଖୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ବିଜେଡି ବ୍ଲକ ସଭାପତି ରାଧେଶ୍ୟାମ କେତକୀ, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ଜଗଦୀଶ ସୁନା, ରାଜ୍ୟସଭା ସାଂସଦ ପ୍ରତିନିଧି ମନୋରଞ୍ଜନ ଭୋଇ, ଯୁବ ବିଜେଡି ସଭାପତି ଭକ୍ତବନ୍ଧୁ ବେହେରା, କାର୍ଯ୍ୟକାରୀ ସଭାପତି ସଞ୍ଜୟ ବେହେରା, ଛାତ୍ର ବିଜେଡି ବ୍ଲକ ସଭାପତି ଗୁରୁଚରଣ ଠେଲା, ବରିଷ୍ଠ ନେତା ଅଶୋକ ଛୁରା, ଅରଛୁ ଭୋଇ, ଶରତ ବେହେରା, ପ୍ରେମିଶ ବାଗ, ବିନୋଦ ବେହେରା, ଓମ ରାଓ, ରାହାସ ଠେଲା ଓ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଏଥିରେ ବହୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.