ବଲାଙ୍ଗିର, (କେପିଏନ୍ଏସ୍) : ବ୍ୟାପକ ଭାବେ ସାମାଜିକ ସଚେତନତା କରିବା ଦ୍ଵାରା ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିହେବ । ବର୍ତମାନ ଜଳବାୟୁ ପରିବର୍ତ୍ତନ ଦ୍ଵାରା ଆମ ପରିବେଶରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଆମେ ଦୈନଦିନ ସମ୍ମୁଖୀନ ହେଉଛୁ । କିନ୍ତୁ ତାହାର କାରଣ ଓ ନିରାକରଣ ବିଷୟରେ ଜନସାଧାରଣରେ ଆବଶ୍ୟକ ସଚେତନତାର ଘୋର ଅଭାବ ରହିଛି । ଓଡ଼ିଶାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ୧୯ତମ ବାର୍ଷିକ ସମ୍ମିଳନୀ ଉପଲକ୍ଷେ ବଲାଙ୍ଗିର ସ୍ଥିତ ସ୍ଵୟମ ହୋଟେଲଠାରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଏକ କର୍ମଶାଳାରେ ଅତିଥିମାନେ ଏହା କହିଛନ୍ତି ।
ଅନୁଷ୍ଠାନର ଉପଦେଷ୍ଟା ଡ. ଅମୂଲ୍ୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଟ୍ରିକଲ ଅପ୍ ଅନୁଷ୍ଠାନର ପ୍ରକଳ୍ପ ପରିଚାଳକ ସୁଶାନ୍ତ କୁମାର ଦାସ, ସି ସି ଏକ୍ସ ଅନୁଷ୍ଠାନର ପ୍ରକଳ୍ପ ପରିଚାଳକ ସ୍ମୃତି ରଞ୍ଜନ ସେଠୀ, ବଲାଙ୍ଗିର ଉଦ୍ୟାନ ବିଭାଗରୁ ସୁଶ୍ରୀ ଗୀତି କ୍ରିଷ୍ଣା, ମହାଶକ୍ତିର ପରିଚାଳନା ବୋର୍ଡ ସଦସ୍ୟ ଡ. ପ୍ରଦୀପ ମହାପାତ୍ର ପ୍ରମୁଖ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣର ବିଭିନ୍ନ ପନ୍ଥା ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ ।
ପ୍ରଥମ ଅଧିବେଶନରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱେଛାସେବୀ ସଂଗଠନର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କିତ କର୍ମଶାଳାରେ ଏଲ୍ଟି ମାଇଣ୍ଡଟ୍ରିର ଇଏସ୍ଜି ମୁଖ୍ୟ ପ୍ରତ୍ୟୁଷ କୁମାର ପଣ୍ଡା, ବେଦାନ୍ତ ଲାଞ୍ଜିଗଡର ସାମାଜିକ ଦାୟିତ୍ଵବୋଧ ମୁଖ୍ୟ ଶିଶିର ତାଫେଦାର୍, କିଟ୍ ବିଶ୍ଵ ବିଦ୍ୟାଳୟର ପ୍ରଫେସର ଡ. ଦେବାଶିଷ ମହାପାତ୍ର, ନାବାର୍ଡ ଡିଡିଏମ୍ ଡ. ବିବେକ କୁମାର ନାୟକ, ସେବା ଜଗତର ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସ୍ଵେଚ୍ଛାସବୀ ଅନୁଷ୍ଠାନ ସମାଜର ପରିବର୍ତ୍ତନର ମୁଖ୍ୟ ସ୍ରୋତକୁ ଅନୁକରଣ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛସେବୀ ଅନୁଷ୍ଠାନ, ସରକାରୀ ବିଭାଗ, ବ୍ୟାଙ୍କ୍, ବିଭିନ୍ନ କମ୍ପାନୀର ସାମାଜିକ ଦାୟିତ୍ଵ ବୋଧ ବିଭାଗରୁ ମୋଟ ୧୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ହୃଷିକେଶ ସାହୁ, ଦେବେନ୍ଦ୍ର ସାମଲ, ଅର୍ଜୁନ ପାଗଳ, ମାନସୀ ମହାନ୍ତି, ରଶ୍ମି ସିଂ, ପ୍ରିୟଙ୍କା କୁମାରୀ, ରାଜେନ୍ଦ୍ର ମେହେର, ଅମର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ବିମଳ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।