ହମିରପୁର ଉନ୍ନୟନ ପରିଷଦର ସ୍ୱାସ୍ଥ୍ୟ ଓ ସାଇବର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁରସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱାସ୍ଥ୍ୟ ଓ ସାଇବର ସଚେତନତା ଶିବିର ହମିରପୁର ଉନ୍ନୟନ ପରିଷଦ ତରଫରୁ ଆୟୋଜନ ହୋଇଯାଇଛି । ସମସ୍ତଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇବା ସହ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ମା’ ତାରିଣୀ ନ୍ୟୁଟ୍ରିସନ କ୍ଲବର ମୁଖ୍ୟ ସୁମନ୍ତ କୁମାର ପ୍ରଧାନ ଓ ମେଣ୍ଟର ପଞ୍ଚାନନ ଦାଶ ଜୀବନକୁ ଖାଦ୍ୟ ଓ ଦିନଚର୍ଯ୍ୟା ମାଧ୍ୟମରେ କିଭଳି ସରଳ ଓ ରୋଗମୁକ୍ତ ରଖିହେବ ତାର ବିସ୍ତୃତ ବିବରଣୀ ରଖିଥିଲେ । କ୍ଳବ ତରଫରୁ ସମସ୍ତଙ୍କୁ ଫୁଡ ସପ୍ଲିମେଣ୍ଟ ଜୁସ ପ୍ରଦାନ କରାଯାଇଥିଲା । ଭାରତୀୟ ଷ୍ଟେଟବ୍ୟାଙ୍କ ଟାଉନସିପ ଶାଖାର ଏଜିଏମ ସରୋଜ କୁମାର ରାଉତରାୟ ସମାଜରେ ଘଟୁଥିବା ସାଇବର କ୍ରାଇମ କେମିତି ସଂଗଠିତ ହେଉଛି ଓ ତାର ନିରାକରଣ ବିଷୟରେ ସବିଶେଷ ଆଲୋଚନା କରି ସମସ୍ତଙ୍କୁ ସଜାଗ ଓ ସତର୍କ ରହିବା ପାଇଁ ଆହ୍ୱାନ ଦେବା ସହ କୌଣସି ସାଇବର ଘଟଣା ଘଟିଲେ ସଙ୍ଗେ ସଙ୍ଗେ ନିକଟସ୍ଥ ବ୍ୟାଙ୍କ, ଥାନା ଓ ସାଇବର ହେଲ୍ପଲାଇନ ନମ୍ବର ୧୯୩୦କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ । ଦୀର୍ଘ ପଚାଶ ବର୍ଷ ଧରି ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଥିବା ପୂର୍ବତନ ଆସିଷ୍ଟାଣ୍ଟ ଡାଇରେକ୍ଟର ଡାକ୍ତର ଗୋପାଳ ଚନ୍ଦ୍ର ରାୟଙ୍କୁ ଉନ୍ନୟନ ପରିଷଦ ତରଫରୁ “ବିଶିଷ୍ଟ ସ୍ୱାସ୍ଥ୍ୟସେବା ସମ୍ମାନ” ପ୍ରଦାନ କରାଯାଇ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଡାକ୍ତର ରାୟ ସମସ୍ତଙ୍କୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ପରିଷଦର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକ ହମିରପୁର ଅଂଚଳର ଅଭାବ ଓ ଅସୁବିଧା ବିଷୟରେ ବିସ୍ତୃତ ଆଲୋଚନା କରିବା ସହ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଓ ସରକାରୀ ସ୍ତରରେ ଜୋରଦାର ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ । ସାଧାରଣ ସମ୍ପାଦକ ନିରଞ୍ଜନ ଦାସ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସହ ସମ୍ପାଦକ ନିରଞ୍ଜନ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୀନବନ୍ଧୁ ପାଢୀ, ଗଙ୍ଗାଧର ଦାଶ, ରାଜେନ୍ଦ୍ର କୁମାର ଜୈସ୍ୱାଲ, ବିଷ୍ଣୁ ଚରଣ ନାୟକ, ସୁରଥ ବାଗ, ଅନିଲ କୁମାର ବାଲଚଂଦାନୀ, ମହେଶ୍ୱର ସାହୁ, ସୁବାସ କୁମାର ଗୁପ୍ତା, ଅକ୍ଷୟ କୁମାର ପୁହାଣ, ପ୍ରମୁକ୍ତ ତରଫଦାର, ସୁକାନ୍ତି ତ୍ରିପାଠୀ, ମହେନ୍ଦ୍ର ପଣ୍ଡିତ, ପ୍ରଦୀପ କୁମାର କିସାନ, ସୁକାନ୍ତି କିସାନ, ହରିବନ୍ଧୁ ଜେନା, ଭାଗ୍ୟଲକ୍ଷ୍ମୀ ପାଢୀ, ସ୍ନେହଲତା ବାଗ ଶୀଳାବତୀ ସାହୁ, ଦୀପକ ବାରିକ, କର୍ଣ୍ଣ କୁମାର, କୌସ୍ତୁଭ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.