oom

ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

jsmm

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ତୁରେକେଲା କ୍ଳଷ୍ଟରସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୟନ୍ତ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି, ଫକୀର ଚରଣ ବିଶି, ବିଆର୍‌ସିସି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଶ୍ରୀ ଦାଶ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ତା’ପରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ବିଦ୍ୟାଳୟମାନଙ୍କରେ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଯେପରି ସମସ୍ତ ଛାତ୍ରଛାତ୍ରୀ ଦକ୍ଷତା ହାସଲ କରିବେ ସେଥିପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ତାପରେ ସଂଯୋଜକ ଚଳିତ ମାସର କାର୍ଯ୍ୟକ୍ରମ ଯଥା ସାକ୍ଷରତା କିଟ, ଗଣିତ କଳିକା ଆନ୍ଦୋଳନ କିଟ୍‌ର ବ୍ୟବହାର, ୟୁଡାଇସ, କମ୍ପୋଜିଟ ଫଣ୍ଡର ସଦୁପଯୋଗ, ବ୍ଲକସ୍ତରୀୟ ସୁରଭି, ନଭେମ୍ବର ୩ ତାରିଖରେ ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀରେ ହେବାକୁ ଥିବା ପରୀକ୍ଷା ଉପରେ ବିଷଦ ଆଲୋଚନା କରିଥିଲେ । ତା ବ୍ୟତୀତ ଏଫ୍‌ଏଲ୍‌ଏନ୍‌ କୋଠରୀ, ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ଆଦି ଉପରେ କାମ କରିବାକୁ ଅନୁରୋଧ କରିଥିଲେ । ଏହି ବୈଠକରେ ଶିକ୍ଷକ ପାର୍ଥବ ମହାନନ୍ଦ, ରବୀନ୍ଦ୍ର ରଥ, ସୁରୁମଣି ମେହେର, ପୀତାମ୍ବର ଲୁହା, ଦେବ ବଗର୍ତ୍ତୀ, ରାଜୀବ ଦାସ, ସୂର୍ଯ୍ୟରାମ ମାଝୀ, ହିମାଂଶୁ ସାହୁ ଶିକ୍ଷୟିତ୍ରୀ ଡାଳିମ୍ବ ମେହେର, ସୁଭଦ୍ରା ମେହେର, ମାଧବୀଲତା ସାହୁ, ଶୁଭଦୀପ୍ତା ଦାଶ, ବିନୋଦିନୀ ତାଣ୍ଡୀ ଟିକେଶ୍ୱରୀ ସେଠ ଆଦି ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.