csstore

ଗଞ୍ଜାମ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠରେ ଗଞ୍ଜାମ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓଡିଶା ମିଲେଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ମୁଖ୍ୟବକ୍ତା ବିଇଓ ଭାଗିରଥି ବେହେରା, ସମ୍ମାନିତ ଅତିଥି ଭାବେ ଏବିଇଓ ବିଜୟ ଚନ୍ଦ୍ର ବେହେରା, ଏବିଓ ସଂଯୁକ୍ତା ବେହେରା, ଭାରତୀ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା, ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ । ନିରଞ୍ଜନ ମହାପାତ୍ର ଓ ଦାମୋଦର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ବକୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କ୍ୟୁଇଜ, ସୃଜନାତ୍ମକ ଲିଖନ, ସଙ୍ଗୀତ, ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ପ୍ରତିଯୋଗୀମାନଙ୍କୁ ମାନପାତ୍ର ସହ ପଦକ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ବିପିନ ପଟ୍ଟନାୟକ, ପର୍ଶୁରାମ ବେହେରା, ମହେଶ ବେହେରା, ସୁରେନ୍ଦ୍ର ସେଠୀ, ପ୍ରକାଶ ବେହେରା, ପ୍ରମୁଖଙ୍କ ସହ ସମସ୍ତ ସିଆରସିସି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ । ବିଚାରକ ଭାବେ ଗୀତାଞ୍ଜଳି ସ୍ୱାଇଁ, ସୁନିଲ ବେହେରା, ସୁଦର୍ଶନ ବେହେରା, ସଂଯୁକ୍ତା ଦାଶ, ରବିନ୍ଦ୍ର ନେପାକ, ଲକ୍ଷ୍ମୀ ଚରଣ ବେହେରା ପ୍ରମୁଖ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।

jayashree
Leave A Reply

Your email address will not be published.