ଖବର ପ୍ରସାରଣ ପରେ ହଟିଲା ଅଳିଆ କୁଣ୍ଡ : ପୌର ଅଧିକାରୀ, ସାମ୍ବାଦିକ ଓ ୱାର୍ଡ ମେମ୍ବରଙ୍କୁ ସ୍ଥାନୀୟ ଲୋକ ଦେଲେ ଧନ୍ୟବାଦ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ହାଟପଦାପଡ଼ା ଦୈନିକ ବଜାରର ଟିକସ ଆଦାୟ କେନ୍ଦ୍ର ପଛପଟେ ଯାହାକି ସରାଫ ସାଇକେଲ ଦୋକାନ ସାମ୍ନାରେ ପ୍ରତିଦିନ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଫିଙ୍ଗା ଯାଉଥିଲା । ଏତେ ଅଳିଆ ଆବର୍ଜ୍ଜନା ଫିଙ୍ଗା ଯାଉଥିଲା ଯେ ସେହି ଅଳିଆ ଆବର୍ଜ୍ଜନା ରାସ୍ତା ଉପରକୁ ଆସିବା ଯୋଗୁଁ ସେହି ବାଟଦେଇ ଦୈନିକ ବଜାର କରିବା ପାଇଁ ଆସୁଥିବା ଲୋକେ, ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ ଲୋକ ଅସୁବିଧାର ସମ୍ମୁଖିନ ହେଉଥିଲେ । ଅଳିଆ ସାଙ୍ଗକୁ ଦୁର୍ଗନ୍ଧ ବାହାରୁଥିବା ଯୋଗୁଁ ପାଖରେ ଥିବା ସ୍ଥାନୀୟ ପରିବାର, ଫଳମୂଳ ଓ ପନିପରିବା ବିକ୍ରି କରୁଥିବା ବ୍ୟବସାୟୀ, ବଜାରକୁ ଆସୁଥିବା ଲୋକେ ନାନା ହଇରାଣ ହରକତ ହେଉଥିଲେ । ଏନେଇ ଆମ ପ୍ରତିନିଧି ସଞ୍ଜୟ କୁମାର ନାୟକଙ୍କ ଦାୟିତ୍ୱରେ ଥିବା ଜମାଦାର ପ୍ରେମଙ୍କୁ ପଚାରିବାରୁ ଦଶହରା ପୂର୍ବରୁ ସେଠାରେ ଦିଆଯାଇଥିବା ଅଳିଆ କୁଣ୍ଡକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରି ଦେବୁ ଯଦ୍ୱାରା ସ୍ଥାନୀୟ ଲୋକଙ୍କ ସମସ୍ୟା ଆଉ ରହିବନି ବୋଲି ପ୍ରତିକ୍ରିୟା ଦେଇଥିଲେ । ତା’ ସହିତ ପୌରପରିଷଦର ନିର୍ବାହୀ ଅଧିକାରୀ ବିପିନ ଦୀପ, ୱାର୍ଡ ମେମ୍ବର ସୁନୀଲ ଆଚାର୍ଯ୍ୟଙ୍କୁ ଅବଗତ କରାଇବା ପରେ ଗୁରୁବାର ସକାଳୁ ପୌର ପରିଷଦର କର୍ମଚାରୀ ଜେସିବି ସାହାଯ୍ୟରେ ସେହି ଅଳିଆ କୁଣ୍ଡକୁ ସ୍ଥାନାନ୍ତର କରିଛନ୍ତି । ଏହି କୁଣ୍ଡ ସ୍ଥାନାନ୍ତରଣ ହେବା ପରେ ସେଠାର ସ୍ଥାନୀୟ ବାସିନ୍ଦାମାନେ ସାମ୍ୱାଦିକ ସଞ୍ଜୟ କୁମାର ନାୟକ, ୱାର୍ଡ ନମ୍ବର ସୁନିଲ ଆଚାର୍ଯ୍ୟ, ପୌରନିର୍ବାହୀ ଅଧିକାରୀ ବିପିନ ଦୀପଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଜମାଦାର ପ୍ରେମ ମଧ୍ୟ ନିଜର ଦାୟିତ୍ଵ ସୁଚାରୁ ରୂପେ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା । ଆଗକୁ ସମସ୍ତେ ସଚେତନ ହୋଇ ଖାଲିଥିବା ସ୍ଥାନରେ ଯେପରି ଅଳିଆ ଆବର୍ଜ୍ଜନା ନ ପକାଇବେ ସେ ନେଇ ଧ୍ୟାନ ରଖିବା ଜରୁରୀ ଅଟେ ବୋଲି ମତ ପ୍ରକାଶ ପାଇଛି ।