oom

ବରପାଲିରେ ବ୍ଲକସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ

jsmm

ବରଗଡ, (ନିରୋଜ କୁମାର ପାଣୀ) : ମଙ୍ଗଳବାର ଦିନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ବରପାଲି ଆନୁକୁଲ୍ୟରେ “ସୁରଭି” ଓ ମିଲେଟସ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମାହାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ବ୍ଲକ କୃଷିଅଧିକାରୀ ଦିଲୀପ କୁମାର ମାଝୀ, ସମ୍ମାନିତ ଅତିଥି ରୂପେ ବରପାଲି ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ଦୁର୍ଯ୍ୟୋଧନ ସିଂହ, ରତ୍ନ କୁମାର ଭୋଇ, ରମେଶ ଚନ୍ଦ୍ର ସାହୁ ଏବଂ ଗଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ଦାଶ । ଏହି ଅବସରରେ ୧୪ ଟି କ୍ଲଷ୍ଟରରୁ ଆସିଥିବା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କୁଇଜ୍, ବକ୍ତୃତା, ବିତର୍କ, ସଙ୍ଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର ଓ ଶ୍ରୁତଲିଖନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବରପାଲି ତହସିଲଦାର ରୁକ୍ମଣ ମେହେର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଭୁଏ ଓ ବ୍ଲକ ଚେୟାରମେନ ରିନା ଥଇତ । ପରେ ପରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଯେଉଁମାନେ ବ୍ଲକସ୍ତରୀୟ “ସୁରଭି” କାର୍ଯ୍ୟକ୍ରମରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି ସେମାନେ ଜିଲ୍ଲାସ୍ତରୀୟ “ସୁରଭି” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯିବେ । ସଭା ଶେଷରେ ଦୁର୍ଯ୍ୟୋଧନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରିଚାଳନା କରିଥିଲେ ଶିକ୍ଷକ ସୋହନ ପ୍ରଧାନ । ମହେନ୍ଦ୍ର ବେହେରା, ଠାକୁର ଆତିଶ ବେହେରା, ମକର ଧ୍ଵଜ ଭୋଇ, ହିତାସୁ ସାହୁ, ଶୁଭେନ୍ଦୁ ସାହୁ, କ୍ଷେତ୍ର ମେହେର, ମିଥୁନ ସାହୁ, ବିନୟ ଭୋଇ, ରାଜେନ୍ଦ୍ର ମେହେର, ଶୀତଳ ମଣି ସିଂହଦେଓ, ରୁବୀ ଦାଶ, ଟିକେଶ୍ୱର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.