oom

ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲରେ କୁଚିଣ୍ଡା ଚମ୍ପିୟାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏଥେଲେଟିକ ଏସୋସିଏସନ ତରଫରୁ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆଠାରେ ମହାସମାରୋହରେ ସମାପନ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏଥେଲେଟିକ ଏସୋସିଏସନ ଉପସଭାପତି ନନ୍ଦ କିଶୋର ମାଝୀ, ସମ୍ପାଦକ ଶିରିଶ କୁମାର ବହିଦାର ତଥା ସଦସ୍ୟ ଗୋବିନ୍ଦ ଅଗ୍ରୱାଲ, ନିରୋଜ ଦୋରା, ଧନମାଳୀ ସାହୁ, ବିଶ୍ୱକେସନ ଦୋରା, ଲାଳବିହାରୀ ମିଶ୍ର, ନୀଳମାଧବ ଦୋରା, ଅଶ୍ୱିନୀ ପାଣିଗ୍ରାହୀ, ଅଶୋକ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଗତ ତିନି ଦିନ ଧରି ମୋଟ ୮ଟି ଦଳ ମଧ୍ୟରେ ହୋଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ସମ୍ବଲପୁର ବନାମ କୁଂଚିଣ୍ଡା ଦଳ ଭିତରେ ହୋଇଥିବା ମ୍ୟାଚ ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରିଥିଲା । ତେବେ କୁଚିଣ୍ଡା ଦଳ ଚାରିଟି ଗୋଲରେ ସମ୍ବଲପୁର ଦଳକୁ ହରାଇ ଫାଇନାଲରେ ଚମ୍ପିୟାନ ହୋଇଥିଲା । ଏହି ମ୍ୟାଚକୁ ପରିଚାଳନାରେ ସଚ୍ଚିଦାନନ୍ଦ ବହିଦାର, ବିଦେଶୀ ସାହୁ, ଚନ୍ଦ୍ରମଣି ସାହୁ, ହରେକୃଷ୍ଣ ମେହେର, ନରେଶ ବାରିକ, ନରୋତ୍ତମ ପ୍ରଧାନ, ପ୍ରଦୀପ ପତ୍ର, ଜୟପଲ ଭୋଇ, ଭବାନୀ ମାଝୀର ସମସ୍ତ ସଦସ୍ୟମାନଙ୍କ ସହ ଖେଳ ରେଫ୍ରି ଭାବରେ ନୀଳ ନାଏକ, ଅଶ୍ୱିନୀ ମେହେର, ପ୍ରଶାନ୍ତ ବେହେରା, ସୁଧାଂଶୁ ସେଠ, ଦେବାଶିଷ ବାଗ, ମଣ୍ଟୁ ବାଗ, ଚିତ୍ତରଞ୍ଜନ ପାଣ୍ଡେ, ଆର. କେ. ମଣ୍ଡଳ ତେବେ ଏହି ଟୁର୍ନାମେଣ୍ଟକୁ ଉପଭୋଗ କରିବା ପାଇଁ ଶହ ଶହ ସଂଖ୍ୟାରେ ଦର୍ଶକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଚିତ୍ତାକାର୍ଷକ ମ୍ୟାଚର ମଜା ଉଠାଇଥିଲେ । ତେବେ ଏହି ପରି ଅଞ୍ଚଳର ଖେଳ ପ୍ରେମୀମାନଙ୍କୁ ଉତ୍ସାହିତ ଏବଂ ଖେଳ ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ପ୍ରୟାସ ଜାରି ରହିଥିବା ଓ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଏସୋସିଏସନ ତରଫରୁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.