ଭାରତ ବିକାଶ ପରିଷଦରର ବାଳବିକାଶ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଜେନିଥ ଗୁରୁକୁଳ, ପଦ୍ମପୁରଠାରେ ଭାରତ ବିକାଶ ପରିଷଦ ତରଫରୁ ଡକ୍ଟର ବାନଛାନିଧୀ ପଣ୍ଡାଙ୍କ ସଭାପତିତ୍ୱରେ ବାଳବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ଦୀପ ପ୍ରଜ୍ୱଳନ କରିଥିଲେ । ପ୍ରଥମ ସୂତ୍ରରେ ଅଧ୍ୟାପକ ସୁଶାନ୍ତ ମିଶ୍ର ଶହୀଦ ମାଧୋ ସିଂ, ଶିକ୍ଷକ ଚୈତନ ସାହୁ, ବାଜି ରାଉତ ଓ ରିତେଶ ମେହେର ଛତ୍ରପତି ଶିବାଜୀ ମହାରାଜ ବିଷୟରେ ଆଲୋକପାତ କରିଥିଲେ । ୨ୟ ସୂତ୍ରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଚନ୍ଦ୍ର ଶେଖର ପୁରୋହିତ ସମ୍ପାଦନା କରିଥିଲେ । ତୃତୀୟ ସୂତ୍ରରେ ଶିକ୍ଷକ କିଶୋର ପାତ୍ର, ସତ୍ୟ, ଶିକ୍ଷକ ଉମେଶ ସାହୁ ପରୋପକାର ଏବଂ ଶିକ୍ଷକ ମନୋଜ ପଣ୍ଡା ମାତୃପିତୃ ଭକ୍ତି ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜେନିଥ ଗୁରୁକୁଳର ୭୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ପରିଚାଳନା କରିଥିଲେ । ଶେଷରେ ଭାରତ ବିକାଶ ପରିଷଦର ସମ୍ପାଦକ ଡକ୍ଟର ମନୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଝସକେତନ ନାୟକ, ସଂଗମ ସାହୁ, ସୁରେଶ ରାମଚନ୍ଦାନୀ, ତରୁଣ ପ୍ରଧାନ, ନିକୁ, କୁଞ୍ଜ ବିହାରୀ ସରାଫ ଉପସ୍ଥିତ ଥିଲେ ।

Leave A Reply

Your email address will not be published.