csstore

ଅନ୍ତଃରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା

ଖପ୍ରାଖୋଲ, (ଅଶୋକ ବାଗ) : ଅନ୍ତଃରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ବୁଧବାର ଅନୁଷ୍ଠିତ ହୋଇଥିଲା । ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଶୋଭାଯାତ୍ରାରେ ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ରାଧାଗୋବିନ୍ଦ ଶ୍ୟାମସୁନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୁନସରର ଛାତ୍ରୀମାନେ ସାମିଲ ହୋଇଥିଲେ । ସ୍ଥାନୀୟ ଖପ୍ରାଖୋଲ ହାଇସ୍କୁଲ ଖେଲ ପଡିଆରୁ ଶୋଭାଯାତ୍ରା ବାହାରି ଖପ୍ରାଖୋଲ ଅଂଚଳ ପରିକ୍ରମା କରିଥିଲା । ଛାତ୍ରୀମାନେ କନ୍ୟା ସନ୍ତାନର ମର୍ଯ୍ୟାଦା, ଅଧିକାର ଓ ସୁରକ୍ଷା ନେଇ ବିଭିନ୍ନ ସ୍ଲୋଗାନ ଦେବା ସହିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ପରେ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଶିକ୍ଷା ଅଧିକାରୀ ପ୍ରବୀଣ କୁମାର ପଣ୍ଡା ଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷିତା ହେବା ସହିତ ନିଜର ସୁରକ୍ଷା ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଦାଶ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନିକେତନ ବରିହା ଏବଂ ସତ୍ୟନାରାୟଣ ମଟାରୀ ପ୍ରମୁଖ ଅନ୍ତଃରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସର ଆଭିମୁଖ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆର୍‌ସିସି, ଅଧ୍ୟାପକ, ଅଧ୍ୟାପିକା ତଥା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.