csstore

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଗଠିତ : ସଭାପତି ହେଲେ ରଶ୍ମିରଞ୍ଜନ ପୁଟେଲ, ସଂପାଦକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ବଙ୍ଗୋମୁଣ୍ଡା ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ପରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଗଠିତ ହୋଇଥିଲା । ଏଥିରେ ସଭାପତି ଭାବେ ରଶ୍ମିରଞ୍ଜନ ପୁଟେଲ, କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ଉପସଭାପତି ଅନୀଲ ତ୍ରିପାଠୀ, ସମ୍ପାଦକ ହୁଲେଶ୍ୱର ହଂସ, ସହ ସମ୍ପାଦକ ଦିନେଶ ଜୈନ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ଉପଦେଷ୍ଟା ଅଶୋକ କୁମାର ଖମାରୀ, ଆଇନ ପରାମର୍ଶଦାତା ହେମନ୍ତ କୁମାର ନାଏକ, ସଦସ୍ୟ ସୁଶାନ୍ତ କୁମାର ବେହେରା, ରାଧେଶ୍ୟାମ ମେହେର, ସୁଶାନ୍ତ ଥନାପତି, ଦୀପକ କୁମାର ପାଣିଗ୍ରାହୀ ପ୍ରମୁଖ ମନୋନୀତ ହୋଇଛନ୍ତି । ଆଗାମୀ ଦିନରେ ଅଂଚଳର ବିକାଶକୁ ନେଇ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ୟ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଦୀର୍ଘ ବର୍ଷରୁ ଅଂଚଳରେ ସାମ୍ବାଦିକମାନଙ୍କ ସଂଘ ହୋଇନଥିବା ବେଳେ ବର୍ତ୍ତମାନ ଅଂଚଳର କାର୍ଯ୍ୟରତ ବୈଦ୍ୟୁତିକ ଓ ଛାପା ସାମ୍ବାଦିକମାନେ ଏକଜୁଟ୍‌ ହୋଇ କାମ କରିବେ ବୋଲି ଆଲୋଚନା ହୋଇଥିଲା । ଏଥିରେ ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଅଂଚଳରୁ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.