oom

ଜମି ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଝାରବନ୍ଧ ତହସିଲ ଅନ୍ତର୍ଗତ ଚଣ୍ତିଭଟା ଗ୍ରାମ ପଞ୍ଚାୟତର ଜଟେଶିରା ଗ୍ରାମର ବହୁ ସଂଖ୍ୟାରେ ଭୂମିହୀନ ଆଦିବାସୀ, ଦଳିତ ଗରିବ ଲୋକ ମାନେ ଜମିର ପଟ୍ଟା ପାଇବା ପାଇଁ ଝାରବନ୍ଧ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭୂମିହୀନ ଗଣେଶ ବାଗ ସୂଚନା ଦେଇଛନ୍ତି ଯେ, ତାଙ୍କ ଅଜା ଅମଳରୁ ପାଖାପାଖି ୧ ଶହ ବର୍ଷ ହେବ ସପରିବାର ଜଟେଶିରା ଗ୍ରାମରେ ରହୁଛନ୍ତି । ଅନ୍ୟମାନେ ମଧ୍ୟ ଅଜା ଅମଳରୁ କିଛି କିଛି ଜମି ଚାଷ କରୁଛନ୍ତି ଓ ଆଉ କିଛି ପରିବାର ଜମି ପାଇଁ ଆବେଦନ କରିଛନ୍ତି । ଶ୍ରୀ ବାଗ କହିଛନ୍ତି ଯେ, ସମସ୍ତ ଭୂମିହୀନମାନଙ୍କୁ ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ ଅନେକ ଥର ତହସିଲଦାର, ଉପଜିଲ୍ଲାପାଳ ଏପରିକି ବରଗଡ ଜିଲ୍ଲାପାଳଙ୍କଠାରେ ଜମି ପାଇଁ ଆବେଦନ କରି ସାରିଛନ୍ତି । କିନ୍ତୁ ସରକାର କିମ୍ବା କୌଣସି ଅଧିକାରୀ ଏହି ଗରିବମାନଙ୍କ କଥା ଶୁଣୁ ନାହାଁନ୍ତି ବୋଲି ଶ୍ରୀ ବାଗ କହିଛନ୍ତି । ପୁଣି ଆଜି ସର୍ବଶ୍ରୀ ରାଜେଶ ନାୟକ, ଲିଙ୍ଗରାଜ ଲୁହାର, ଶେଷଦେବ ଲୁହାର, ଦହିତ କୁମ୍ଭାର, ସହଦେବ ତାଣ୍ତି, ସାହେବ କନ୍ଦେଇ, ରାମଚନ୍ଦ୍ର ଚନ୍ଦନ, ତପବନ୍ତ ରାଜହଂସ, ଜଗନ୍ନାଥ କୁଅଁର, ଲୋଚନ ତାଣ୍ତି, ଗହଲ କୁମ୍ଭାର, ଚୈତନ୍ୟ ପ୍ରଧାନ, ରାଜେଶ ବାଗ ଆସି ଝାରବନ୍ଧ ତହସିଲଦାରଙ୍କୁ ଜମି ପାଇଁ ଆବେଦନ କରିଛନ୍ତି ।

jittmm
Leave A Reply

Your email address will not be published.