oom

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡିଶାର ସମସ୍ତ ବିଧାନସଭା କ୍ଷେତ୍ରରେ ଅକ୍ଟୋବର ୨ ତାରିଖ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ତଥା ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ସେହି ପରିପ୍ରେକ୍ଷୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଏବଂ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଗତକାଲି ସଦର ବ୍ଲକ୍ ଅଧିନସ୍ଥ ଚନ୍ଦନଭାଟି, ବଘଲା ଓ କଅଗାଁରେ ବିଜେଡିର ଜନ ସଂପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ଚାଲି ଚାଲି ଲୋକଙ୍କ ପାଖକୁ ଯାଇ ଦୁଃଖସୁଖର ବୁଝିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିଭିନ୍ନ ଯୋଜନାକୁ ନେଇ ଘର ଘର ବୁଲି ଲୋକଙ୍କୁ ବାର୍ତା ଦେଇଛନ୍ତି । ଏହି ଜନ ସଂପର୍କ ପଦଯାତ୍ରାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଓ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ପୂର୍ବତନ ଡିସିସିବି ସଭାପତି ଲକ୍ଷ୍ମଣ କୁମାର ମେହେର, ବ୍ଲକ ସଭାପତି ନିହାର ରଞ୍ଜନ ସ୍ୱାଇଁଙ୍କ ସହିତ ଶହ ଶହ ବିଜେଡି କର୍ମୀଙ୍କ ସହିତ ଅଞ୍ଚଳର ହଜାର ହଜାର ମହିଳା ଓ ପୁରୁଷ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.