csstore

ଡଙ୍ଗାଘାଟ ହାଇସ୍କୁଲର ରୌପ୍ୟ ଜୟନ୍ତୀ ପାଳନ ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ରାଜବୋଡାସମ୍ବର ବ୍ଲକର ଡଙ୍ଗାଘାଟ ଗ୍ରାମରେ ୧୯୯୮ ମସିହାରେ ପ୍ରତିଷ୍ଠିତ ଡଙ୍ଗାଘାଟ ହାଇସ୍କୁଲର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କମିଟିର ସଦସ୍ୟମାନେ ଭୁବନେଶ୍ୱର ରାଜଭବନ ଯାଇ ମହାମହିମ ରାଜ୍ୟପାଳଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରି ଆସିଛନ୍ତି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଡଙ୍ଗାଘାଟ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ହାଇସ୍କୁଲ ପରିଚାଳନା କମିଟି ସଭାପତି ଶଙ୍କର୍ଷଣ ନାଗ, ପ୍ରଧାନ ଶିକ୍ଷକ ରବି ଶଙ୍କର ପ୍ରଧାନ, ସଦସ୍ୟ ମାରତଣ୍ତ ଦେବ ସାହୁ ମହାମହିମ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଛନ୍ତି । ଆସନ୍ତା ଡିସେମ୍ବର ମାସରେ ୩ ଦିନ ଧରି ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଭାବେ ହେମରାଜ ବଗର୍ତ୍ତି ମନୋନୀତ ହୋଇଥିବା ବେଳେ ସର୍ବଶ୍ରୀ ଚନ୍ଦ୍ର ଶେଖର ସାହୁ, ପରମାନନ୍ଦ ରଣା, ସେବକ ସାହୁ ସକ୍ରିୟ ଦାୟିତ୍ୱ ବହନ କରିଛନ୍ତି ।

jayashree
Leave A Reply

Your email address will not be published.