csstore

କଳାକାରମାନଙ୍କ ୨ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ସଇଁତଲା ବ୍ଲକଠାରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ୨ ଦିନିଆ ବ୍ଲକସ୍ତରୀୟ କଳାକାର ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ଗୁଣସାଗ ମାଝୀ, ସିଡିପିଓ ସବିତା ଦାଶ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରସାଦ ଭୋଇ, ବ୍ଲକ କଳା ଓ ସଂସ୍କୃତି ଉପସଭାପତି ପରେଶ ସାହୁ ଓ ଜଗନ୍ନାଥ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ବ୍ଲକର ବିଭିନ୍ନ କଳାକାରମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ବାର୍ତ୍ତାଗୁଡିକ ସଚେତନତା ଉପରେ କର୍ମଶାଳା ହୋଇଥିଲା । ଏଥିରେ ମୁଖ୍ୟତଃ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା, ମମତା, ମିଶନ ଶକ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଆମ ହସ୍ପିଟାଲ, ଫସଲ ରଣ ସୁଧ ରିହାତି, କ୍ରୀଡା, ଆମ ଓଡିଶା ନବୀନ ଓଡିଶା, ୫ଟି ହାଇସ୍କୁଲ ରୂପାନ୍ତରୀକରଣ ବିଭିନ୍ନ ଯୋଜନା ଉପରେ ଗାଁ ଗାଁ ବୁଲି କିପରି ସଂଗୀତ ଓ ନୃତ୍ୟ ମାଧ୍ୟରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନ କରିବେ ସେ ନେଇ ଉପସ୍ଥିତ କଳାକାରମାନଙ୍କୁ ପ୍ରଶିକ୍ଷଣ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଅବସର ଶିକ୍ଷକ ତପନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.