jayashree

ସଇଁତଲା ସତସଙ୍ଗ କେନ୍ଦ୍ର ଚୋରି ଘଟଣାର ପର୍ଦାଫାଶ, ଜଣେ ନାବାଳକ ସହ ୨ ଜଣଙ୍କୁ କୋର୍ଟ ଚାଲାଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ସ୍ଥିତ ଡ଼ୁମାଲପଡାଠାରେ ଥିବା ସତସଙ୍ଗ କେନ୍ଦ୍ରଠାରୁ ଚୋରି ଘଟଣାର ପର୍ଦାଫାଶ ହୋଇଛି । ଏଥିରେ ସଇଁତଲା ପୋଲିସ ଥାନା କେସ ନଂ ୨୫୯/୨୩ରେ ଏକ ମାମଲା ରୁଜୁ କରି ଜଣେ ନାବାଳକ ସହ ଜଣେ ଯୁବକଙ୍କୁ ଗିରଫ କରି ଟିଟିଲାଗଡ଼ ଓ ଅନ୍ୟ ନାବାଳକଙ୍କୁ ଭବାନୀପାଟଣା ଜେଲ ହାଜତକୁ ପଠାଯାଇଛି । ଗିରଫ ଅଭିଯୁକ୍ତ ଜଣକଙ୍କ ନାମ ମନରଞ୍ଜନ ମହାନନ୍ଦ ଗ୍ରାମ ସଇଁତଲା ଡ଼ୁମାଲପଡା ବୋଲି ଜଣାପଡିଛି । ପ୍ରକାଶ ଯେ, ସଇଁତଲାଠାରେ ଥିବା ସତସଙ୍ଗ କେନ୍ଦ୍ରରୁ ଗତ ୨ ତାରିଖ ବିଳମ୍ବିତ ରାତ୍ରିରେ କେତେକ ଦୁର୍ବୃତ୍ତ କେନ୍ଦ୍ର ପଶି ରୋଷେଇ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଗୁଡିକକୁ ଚୋରି କରି ନେଇଥିଲେ । ଏ ନେଇ ଅନୁଷ୍ଠାନର ସଦସ୍ୟ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ସଇଁତଲା ଥାନାରେ ଲିଖିତ ଏତଲା ଦେଇଥିଲେ । ଏହାକୁ ଭିର୍ତ୍ତି କରି ଥାନା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏଏସ୍‌ଆଇ ଥବୀର ମହାରଣା ତଦନ୍ତ ଆରମ୍ଭ କରି ଚୋର ସହ ସାମଗ୍ରୀଗୁଡିକକୁ ମଧ୍ୟ ଉଦ୍ଧାର କରିଛନ୍ତି । ଏହାପରେ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରାଯାଇଛି । ଏଥିରେ ୧୦ଟି ବାଲଟି, ୯ ଗୋଟି ଡିସ୍କ ଓ ୨ଟି ପରାଟ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.