ବଲାଙ୍ଗିର, (କେପିଏନ୍ଏସ୍) : ପ୍ରତିବର୍ଷ ୨ ଅକ୍ଟୋବରରେ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ପାଳନ କରାଯାଏ ଏବଂ ଏହା ଭାରତର ତିନୋଟି ଜାତୀୟ ଛୁଟିଦିନ ମଧ୍ୟରୁ ଅନ୍ୟତମ । ଗାନ୍ଧୀ ଜୟନ୍ତୀଙ୍କୁ ନୂଆଦିଲ୍ଲୀରେ ଗାନ୍ଧୀଙ୍କ ସ୍ମାରକୀ ରାଜଘାଟ ସମେତ ସମଗ୍ର ଭାରତରେ ପ୍ରାର୍ଥନା ସେବା ତଥା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ । ଏହା ସହିତ ଏହି ଦିନରେ ଲାଲ ବାହାଦୂର ଶାସ୍ତ୍ରୀ ଜଣେ ଭାରତୀୟ ରାଜନେତା ତଥା ରାଜ୍ୟସ୍ତରୀୟ ବ୍ୟକ୍ତି ଯିଏ ୧୯୬୪ରୁ ୧୯୬୬ ପର୍ଯ୍ୟନ୍ତ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ପୂର୍ବରୁ ୧୯୬୧ରୁ ୧୯୬୩ ପର୍ଯ୍ୟନ୍ତ ଭାରତର ଷଷ୍ଠ ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ତାଙ୍କରି ମଧ୍ୟ ଜନ୍ମଦିନ ପାଳନ କରାଯାଏ । ଜେଏସ୍ଏମ୍ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବରେ ଡ. ସୁଜିତ କୁମାର ପୃଷେଠ୍, ଆସୋସିଏଟ ପ୍ରଫେସର, ଆଇଆଇଏମ୍ ସମ୍ବଲପୁର, କଲେଜର ଉପଦେଷ୍ଠା ମନରଞ୍ଜନ୍ ସାହୁ, ଉପଦେଷ୍ଠା ପୀତବାସ ପଣ୍ଡା, କଲେଜ ଅଧ୍ୟକ୍ଷ ସିଏ ଶ୍ରୀକନ୍ତ ର୍ଶମା ଓ ପ୍ରଧାନ ଶିକ୍ଷ୍ୟୟତ୍ରୀ ମୋନିକା ଜେସୱାଲ ପୁଣି ସମାଜ ସେବାର ଜଡିତ ଥିବା ଅନିଲ୍ ମୋଦି ମଧ୍ୟ ଉପସ୍ଥିତ ଥିଲେ ।
ମଞ୍ଜାସୀନ ଥିବା ସମସ୍ତ ଅତିଥିଗଣ ଛାତ୍ର ଛାତ୍ରୀମାନଙ୍କୁ ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହଦୁର ଶାସ୍ତ୍ରୀଙ୍କ ଜୀବନର ବିଷୟରେ ଅନେକ ବିଷୟ ଉପସ୍ଥାପନା କରି ତାଙ୍କ ଗୁଣ ଗୁଡିକକୁ ଅନୁସରଣ କରିବା ପାଇଁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ନିଜର ଭାଷଣରେ ଛାତ୍ର ଛାତ୍ରୀମାନଙ୍କୁ ଗାନ୍ଧିଜୀଙ୍କ ବିଷୟରେ ଜଣାଇଥିଲେ । ସେ କିପରି ଆତ୍ମ ଭରସା ଓ ଅହିଂସା ବଲରେ ଦେଶର ପୁଣି ସମଗ୍ର ଦେଶ ନିମନ୍ତେ ଏକ ଆଦର୍ଶ ପୁରୁଷ ହୋଇ ପାରିଥିଲେ ତାହା ଆଜିର ଛାତ୍ରଛାତ୍ରୀ ଗ୍ରହଣ କରିବା ଆବଶ୍ୟକ ଏବଂ ଶାସ୍ତ୍ରୀ ଯେଉଁ “ଜୟ ଜବାନ, ଜୟ କିଷାନ”ର ସ୍ଲୋଗାନ ଦେଇଥିଲେ ତାର ଗୁରୁତ୍ୱକୁ ବୁଝିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଶେଷରେ ଏହି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ପିଲାମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିଗଣଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
Prev Post