ଟିଟିଲାଗଡରେ ପ୍ରୋଫେଟ ମହମ୍ମଦଙ୍କ ଜନ୍ମଦିନ ପାଳିତ : ଶାନ୍ତିର ବାର୍ତ୍ତା ନେଇ ବାହାରିଲା ଶୋଭାଯାତ୍ରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଥମେ ସକାଳୁ ମୁସଲିମ ସମ୍ପ୍ରଦାୟର ସମସ୍ତ ଲୋକ ମସଜିଦକୁ ଆସି ଏକା ସଙ୍ଗେ ନମାଜ ପାଠ କରିଥିଲେ । ସମସ୍ତେ ଏକଜୁଟ୍‌ ହେବା ପରେ ମସଜିଦ୍‌ଠାରୁ ଏକ ବିରାଟ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ପରିକ୍ରମା କରିବା ସମୟରେ ବିଭିନ୍ନ ଛକମାନଙ୍କରେ ଟିଟଲାଗଡ ଲାୟଂଶ କ୍ଲବ ଏବଂ ବିଜେପି ନେତା ନବୀନ ଜୈନଙ୍କ ତରଫରୁ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା । ସହର ପରିକ୍ରମା କରିବା ପରେ ସମସ୍ତେ ପୁଣି ମସ୍‌ଜିଦକୁ ଆସିଥିଲେ । ମସଜିଦ ଭିତରେ ଧର୍ମଗୁରୁ ସମସ୍ତଙ୍କୁ ନିଜ ଧର୍ମର ବାର୍ତ୍ତା ଦେଇଥିଲେ । ଛୋଟ ଛୋଟ ଛୁଆ ମାନଙ୍କଠୁ ଆରମ୍ଭ କରି ବଡ଼ ଲୋକ ଯାଏଁ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଖୁସି ଜାହିର କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଟିଟିଲାଗଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.