csstore

ସଇଁତଲାରେ ନୂତନ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ଗୃହ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ନୂତନ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ଓ ପରିବହନ ବାଣିଜ୍ୟ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦାନ କରି ନୂତନ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟକୁ ଉଦ୍‌ଘାଟନ କରିଥିଲେ । ଏହି ଚିକିତ୍ସାଳୟ ପାଇଁ ୬୭ ଲକ୍ଷ ୭୮ ହଜାର ଟଙ୍କା ଅନୁଦାନରେ ନିର୍ମିତ ହୋଇଥିଲା । ଉକ୍ତ ଉତ୍ସବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁକୁରାମ ମୁଣ୍ଡା, ବିଡ଼ିଓ ଚନ୍ଦ୍ରମଣି ନାଗ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅତିରିକ୍ତ ଚିକିତ୍ସା ଅଧିକାରୀ ଡା. ବବିତା ପାତ୍ର, ଡା. ମୁକେଶ ଶବର, ଡା. ତିନ୍ମୟ ଅଧିକାରୀ, ଡା. ସୁରମ୍ୟା ପ୍ରିୟଦର୍ଶନୀ ପଣ୍ଡା, ସୁରେଶ ଡାଙ୍ଗ ଓ ଡା. ଭୋଜିନ୍ଦ୍ରନାଥ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ କିରଣ ପାଣିଗ୍ରାହୀ, ରିବୁଲ ଦେଓ, ଶଙ୍କର ଭୋଇ ଓ ଇନ୍ଦ୍ରାଶୀଷ ରହିତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.