ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଲୋକେ ଆଧୁନିକ ଯୁଗରେ ପାଦ ପକାଇ ଆଗକୁ ବଢ଼ୁଥିବା ବେଳେ ଏବେ ବି ନିଜର ଧର୍ମ ସଂସ୍କୃତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଘରେ ଘରେ ପୂଜାର୍ଚ୍ଚନା, ଗୀତା ଭାଗବତ ପଠନ କରାଯାଇଥାଏ । ନିଜ ପରିବାର ଲୋକଙ୍କୁ ଯଦି ସଂସ୍କାର ଦେବାକୁ ହେଲେ ଧର୍ମ ସଂସ୍କୃତି ବିଷୟରେ ସେମାନଙ୍କୁ ଅବଗତ କରାଇବାକୁ ପଡ଼ିବ । ଭଗବାନଙ୍କ ଶରଣରେ ସମର୍ପଣ ଭାବ ଆଣିଲେ ହିଁ ଜୀବନରେ ସଫଳତା ମିଳିପାରିବ । ସତବାଣୀ, ସତକର୍ମ, ସତ ସଂସ୍କାର , ସତସଙ୍ଗ ଦ୍ବାରା ହିଁ ସତ୍ଚିନ୍ତା ହାସିଲ କରିହେବ ।
ଟିଟିଲାଗଡ ସହରର ବାଲକିଶନ ସତ୍ୟନାରାୟଣ ଗୁପ୍ତାଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଡିଏନ୍ ରିସର୍ଟଠାରେ ସହରବାସୀଙ୍କ ନିମନ୍ତେ ସାତ ଦିନ ବ୍ୟାପି ଭାଗବତ କଥାର ଆୟୋଜନ କରାଯାଇଛି । ଏହି ଭାଗବତ କଥା ଶୁଣାଇବାକୁ ସୁଦୂର ବୃନ୍ଦାବନରୁ ଆଚାର୍ଯ୍ୟ ମୃଦୁଲ କାନ୍ତ ଶାସ୍ତ୍ରୀଙ୍କ ମଣ୍ଡଳୀ ୧୬ ତାରିଖରୁ ଆସି ୨୨ ତାରିଖ ପର୍ଯ୍ୟନ୍ତ ଏହି ଭାଗବତ କଥା ଲୋକଙ୍କୁ ଶୁଣାଇବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ଦିନ ଅପରାହ୍ନ ତିନିଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ପ୍ରବଚନ କାର୍ଯ୍ୟକ୍ରମ ଚାଲୁଛି । ଏହି ଭାଗବତ କଥା ଶୁଣିବା ପାଇଁ ଟିଟିଲାଗଡ ତଥା ଆଖପାଖ ଅଞ୍ଚଳ, ତଥା ପାଖ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡିରୁ ଶ୍ରଦ୍ଧାଳୁ ଆସି ଶୁଣିବାକୁ ଆସୁଛନ୍ତି ।