oom

ଗଦା ଗଦା ବେଆଇନ୍‌ କଫ୍‌ ସିରପ୍‌, ମାଳ ମାଳ କୁଚିଆ ସପ୍ଲାୟର୍ସ : ୧୭ ଶହ କଫ୍‌ ସିରପ୍‌ ବୋତଲ୍‌ ଜବତ, ୧୮ ଗିରଫ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ବଲାଙ୍ଗିର ପୋଲିସ ହାତରେ ଗଦା ଗଦା କଫ୍‌ ସିରପ୍‌, ମାଳ ମାଳ ସପ୍ଲାୟର୍ସ କୁଚିଆ । ଏକାଥରକେ ୧୭ ଶହ କଫ୍‌ ସିରପ୍‌ ବୋତଲ୍‌ ଜବତ୍‌ କରିବା ସହ ୧୬ ଜଣ କୁଚିଆ ଓ ୨ ଜଣ ସପ୍ଲାୟର୍ସଙ୍କୁ ଗିରଫ୍‌ କରି ବଲାଙ୍ଗିର ପୋଲିସ ଆଜି ପୁଣି ନିଜର ଦବ୍‌ଦବା ଜାହିର୍‌ କରିଛି । ଏ ସଂପର୍କରେ ଏକ ପ୍ରେସ୍‌ ମିଟ୍‌ର ଆହ୍ୱାନ କରି ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ଦିଆଯାଇଥିବା ସୂଚନା ଅନୁସାରେ କିଛି ସପ୍ତାହ ହେଲା ବଲାଙ୍ଗିର ପୋଲିସ ପକ୍ଷରୁ ବେଆଇନ କଫ୍‌ ସିରପ୍‌ ବେପାର ଏବଂ ଅର୍‌ଗାନାଇଜ୍‌ଡ଼୍‌ କ୍ରାଇମ୍‌ ଉପରେ ଏକ ସ୍ପେସାଲ୍‌ ଡ୍ରାଇଭ୍‌ ଚାଲିଥିବା ବେଳେ ଗୁଡ଼ାଏ ଛୋଟ ଛୋଟ କଫ୍‌ ସିରପ୍‌ କୁଚିଆଙ୍କୁ ଧରାଯାଇଥିଲା । ସେମାନଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ବଲାଙ୍ଗିର ଏସ୍‌ଡ଼ିପିଓ, ଟାଉନ୍‌ ଥାନା ଆଇଆଇସି, ସଦର ଆଇଆଇସି, ପୁଇଁତଲା ଆଇଆଇସିଙ୍କୁ ନେଇ ଏକ ସ୍ପେସାଲ୍‌ ଟିମ୍‌ ଗଠନ କରାଯିବ।। ସହ ତନାଘନା ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ ବେଳେ ଜଣା ପଡ଼ିଥିଲା ଯେ, କଟକରୁ ସପ୍ଲାଏ ହେଉଛି ଏସବୁ କଫ୍‌ ସିରଫ୍‌ । ଏହାପରେ ସେମାନଙ୍କୁ ଫଲୋ କରିଥିଲା ବଲାଙ୍ଗିର ପୋଲିସର ସ୍ପେସାଲ୍‌ ଟିମ୍‌ ଏବଂ ଶେଷରେ ଏକ ବିରାଟ ସଫଳତା ହାତେଇଥିଲା । ଏବେ ଏକାଥରକୁ ୨ ଜଣ ସପ୍ଲାୟ୍‌ର୍ସଙ୍କ ସହ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରାଯାଇଛି । ପୁଣି ସେମାନଙ୍କ ଠାରୁ ୧୭ ଶହ କଫ୍‌ ସିରପ୍‌ ବୋତଲ, ୧୭ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ନିସାନ୍‌ କାର୍‌, ଗୋଟିଏ ବୋଲେନୋ କାର୍‌, ଗୋଟିଏ ହକି ଷ୍ଟିକ୍‌, ଗୋଟିଏ କାଠ ବେଣ୍ଟଲଗା ଟାଙ୍ଗିଆ ଏବଂ ତିନୋଟି ବାଇକ୍‌ ଜବତ୍‌ କରିଛି ବଲାଙ୍ଗିର ପୋଲିସ । ଗିରଫ୍‌ ଅଭିଯୁକ୍ତମାନେ ହେଲେ ଲରମ୍ଭା ଥାନା ଲୁହାସିଂହାର ସୁନୀଲ ଓରଫ୍‌ ବିଶିକେଶନ ପୁଟେଲ(୨୪), ରୋସନ କୁମାର ସାହୁ(୨୪), ଭଟଲିର ରମେଶ ବରାହ(୨୭), ରଶ୍ମିରଂଜନ ସିଂବରିହା(୨୯), ତମିଆଁର କରୁଣା ରଣା(୩୬), ଅଏଁଲାପୁଙ୍ଗାର ଅଭିମନ୍ୟୁ ସାହୁ(୩୨), ବରଗଡ଼ ଜିଲ୍ଲା ପଦମ୍‌ପୁର ଥାନା ଦେଉଳିର ବିଟୁ ଓରଫ୍‌ ଭୀମସେନ କରେଇ(୩୨), ଜଗ୍‌ଦଲ୍‌ପୁର ଥାନା ଲଖ୍‌ମରାରୁ ଲିଙ୍ଗରାଜ ସାହୁ(୪୩), ସୁଧାଂଶୁ ଓରଫ୍‌ ଚୁନ୍ନିଲାଲ୍‌ ପଟେଲ(୨୫), ପାଟଣାଗଡ଼ ବଡ଼ପଡ଼ାରୁ ସୌରଭ ସାହୁ(୨୪), ବଲାଙ୍ଗିର ସୁଦପଡ଼ାର ଆଶିଷ ପୁଟେଲ(୨୭) ଓ ନିରଂଜନ ସାହୁ(୨୭), ତାଲପାଲିପଡ଼ାର ମନୋଜ କୁମାର ବାଜପେୟୀ(୩୫), ମାଲପଡ଼ାର ଅମୀର ଖାନ୍‌(୨୩), ବେଲପଡ଼ା ଥାନା ଧୁମାଭଟା ସାଗରପଡ଼ାର ସଚିନ ବୁଡେ଼କ(୩୨) ଓ ଗ୍ରୀଡ଼୍‌ପଡ଼ାର ବ୍ରଜରାଜ ରଣାଞ୍ଚ୨୪) । ଗିରଫ୍‌ ହୋଇଥିବା ଦୁଇଜଣ ସପ୍ଲାୟର୍ସ ହେଲେ କଟକର ମହେଶ୍ୱର ମହାନ୍ତି ଓ ଜାଭେଦ୍‌ ତସ୍‌ଲିମ୍‌ ।

jittmm
Leave A Reply

Your email address will not be published.