ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଲୋକାର୍ପଣ ଉତ୍ସବରେ ଯୋଗଦେଲେ ସାଂସଦ : ବିଜେପି କାର୍ଯ୍ୟାଳୟ ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଏହି ଦିବସକୁ ପାଳନ କରିବା ସହ ଆଜିର ବିଶ୍ଵକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ବିଶ୍ଵକର୍ମା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାର ସିଧା ପ୍ରସାରଣ ଟିଭିରେ ଦେଖିବା ସହ ତା’ପୂର୍ବରୁ ଟିଟିଲାଗଡଠାରେ ଆୟୋଜିତ ଏହି ଉତ୍ସବରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଳା ଓବିସି ମୋର୍ଚ୍ଚା ସଭାପତି ଅକ୍ଷୟ ରଣାଙ୍କ ସଭାପତିତ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ଜିଲ୍ଲା ସଭାପତି ଶିବାଜି ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ଟିଟଲାଗଡ ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ, ସାଂସଦଙ୍କ ନଗର ପ୍ରତିନିଧି ଆଲୋକ ନାୟକ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ଦିଲୀପ ଖର୍ସେଲ, ଆଇଟି ସେଲ ପ୍ରଭାରି ଜ୍ୟୋତ୍ସ୍ନା ଶର୍ମା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଆଶିଷ ସାହୁ, ୱାର୍ଡ ନମ୍ବର ୧୫ର କାଉନସିଲର ସୁନିଲ ଆଚାର୍ଯ୍ୟ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଦସ୍ୟ ନରସିଂହ ସିଂ ଉପସ୍ଥିତ ଥିଲେ । ଭାରତମାତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ଦ୍ଵୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ବହୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.