csstore

ବଜ୍ରପାତରୁ ଅଳ୍ପକେ ବର୍ତ୍ତିଲେ ସ୍କୁଲରେ ପଢୁଥିବା କୁନି କୁନି ଛାତ୍ରଛାତ୍ରୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମଙ୍ଗଳବାର ଅପରାହ୍ନ ସମୟରେ ଖପ୍ରାଖୋଲ ସହ ଆଖପାଖ ଅଞ୍ଚଳରେ ପ୍ରବଳ ବଜ୍ରପାତ ସହିତ ବର୍ଷା ହୋଇଛି । ତେବେ ଏହି ବଜ୍ରପାତର ଶଦ୍ଦ ଏତେ ଜୋରଥିଲା ଯେ, ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀ କୋଠରୀର ଆଜବେଷ୍ଟସ ଫାଟି ଯାଇଥିବା ବେଳେ କୋଠରୀ ଭିତରେ ପଢୁଥିବା କୁନି କୁନି ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସୂଚନା ଅନୁସାରେ ପ୍ରାୟ ଅପରାହ୍ନ ୨ ଟାରୁ ବର୍ଷା ସହ ଘଡଘଡି ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିଥିଲା । ବର୍ଷା ସହିତ ଏପରି ଘଡଘଡି ଶୁଣି ଲୋକେ ଆତଙ୍କିତ ହୋଇପଡିଥିଲେ । ଏହି ସମୟରେ ଛୋଟ ଛୋଟ ଛୁଆମାନେ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ଏକ ବଜ୍ରପାତ ତୃତୀୟ ଶ୍ରେଣୀ କୋଠରୀ ଉପରେ ଥିବା ଆଜବେଷ୍ଟସ ଉପରେ ପଡିଥିବାରୁ ତାହା ଫାଟି ଯାଇଥିବା ବେଳେ କୋଠରୀ ଭିତରେ ଥାଇ ପଢୁଥିବା ଛାତ୍ରଛାତ୍ରୀ ଡରରେ କମ୍ପି ଯାଇଥିଲେ ଏବଂ ସେମାନେ ଅଳ୍ପକେ ବର୍ତ୍ତିଯାଇଥିଲେ ।

jayashree
Leave A Reply

Your email address will not be published.