ନୂଆ ଗୁଡେଶିରା ହାଫ୍ ଡ଼େ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବାଗେଇବିରା ଚାମ୍ପିୟାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ନୂଆ ଗୁଡେଶିରା ଗ୍ରାମରେ ହାଫ୍ ଡ଼େ ଫୁଟବଲ ପ୍ରତଯୋଗିତା ଚାରିଟି ଟିମ୍ ସଂୟା, ବଗେଇବିରା, ସାଉନ୍ତପୁର, ବାଞ୍ଜେନବାହାଲକୁ ନେଇ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ଅବନିକାନ୍ତ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଘନଶ୍ୟାମ ସାହୁ, ଡୋଲାମଣୀ ମେହେର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ବଗେଇବିରା ଓ ସାଉନ୍ତପୁର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ପେଲେନ୍ଥିକରେ ବଗେଇବିରା ବିଜୟ ଲାଭ କରିଥିଲା । ଶିଶିର ପ୍ରଧାନ, ବିଶ୍ଵନାଥ ଭୋଇ, ନିର୍ମଳ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.