csstore

ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସୂଚନାନୁସାରେ ସମଗ୍ର ରାଜ୍ୟରେ ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳିତ ହେବ । ଏହି ମହାନ କାର୍ଯ୍ୟର ମହତ୍ ଉଦ୍ଦେଶ୍ୟରେ ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ସ୍ୱଚ୍ଛତା ପକ୍ଷ ନୂଆପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ସଫେଇ କାର୍ଯ୍ୟ ସହିତ ପାଳନ କରାଯାଇଛି । ସ୍ୱଚ୍ଛତା ହିଁ ନିରୋଗ ଜୀବନର ମୂଳମନ୍ତ୍ର ବୋଲି ମତପ୍ରକାଶ ପାଇଥିଲା । ସଙ୍ଗଠନର ସଭାପତି ନବୀନ ସାହୁ, ସମ୍ପାଦକ ହୋଲିଶ୍ଵର ଧରୁଆ ତଥା ସଙ୍ଗଠନର ବରିଷ୍ଠ ସଭ୍ୟ ଗୋପାଳ ବେହେରା, ଭୋଜରାଜ ବେହେରା, କୁନା ବେହେରା, ନିରୋଜ ବଗାର, ଦିଲ୍ଲୀପ ବଗାର, ବିକାଶ ରଣା, ପିତାମ୍ବର ପାଣ୍ଡେ, ସତ୍ୟବ୍ରତ କୁଅଁର, ମାନସ ତରିଆ, ଅରବିନ୍ଦ ବଗାର, ଓମ୍ ପ୍ରକାଶ ବଗାର, ଅମନ କୁଅଁର, ପ୍ରଣୀତ ଦଣ୍ଡସେନା, ଗଣେଶ ଦାସ ସମେତ ମୋ ସ୍କୁଲ ଅଭିଯାନର ଅନେକ ପୁରାତନ ଛାତ୍ର ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.