ଯାଦବ ସମାଜ ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଉଦ୍‌ଯାପିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ସମାଜ ପକ୍ଷରୁ ଏକ ବିରାଟ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଭଗବାନ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରବା ସହିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ କରିବା ସହିତ ଶ୍ରୀକୃଷ୍ଣଙ୍କ ଦୋଳି ଖେଳ ହୋଇଥିଲା । ସନ୍ଧ୍ୟାରେ ଓଡିଶା ସରକାର ସଂସ୍କୃତି ବିଭାଗ ଦ୍ଵାରା ଦିଆଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁ, ବରଗଡ ସାଂସଦ ସୁରେଶ ପୂଜାରୀ, ବିଜେଡି ଜିଲ୍ଲା ସଭାପତି ପ୍ରଭାସ ସିଂ, ବିଜେପି ଜିଲ୍ଲା ସଭାପତି ଅଶ୍ୱିନି ଷଢଙ୍ଗୀ, ସୁରେଶ୍ୱର ଶତପଥୀ ଯୋଗଦାନ କରି ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବରପାଲି ସାମ୍ବାଦିକ ସଂଘର ସଭାପତି ଚିତ୍ତରଞ୍ଜନ ସାହୁଙ୍କୁ ବରିଷ୍ଠ ସାମ୍ବାଦିକ, ସମାଜସେବୀ, କଳାକାର, ସମ୍ପାଦକ ହର୍ଷ ବେହେରାଙ୍କୁ ସାମ୍ବାଦିକ ଓ କବି, ଅନ୍ତର୍ଯ୍ୟାମୀ ପଣ୍ଡାଙ୍କୁ ସମାଜସେବୀ ଭାବେ ସମ୍ମାନିତ କରିଥିଲେ । ଆଜି ଉଦ୍‌ଯାପନୀ ଉତ୍ସବରେ ଯାଦବ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ସଭାରେ ରସାନନ୍ଦ ଥପା ଓ ପବିତ୍ର ବାଗ ସଂଯୋଜନା କରିଥିଲେ । ବୌଦ୍ଧ ଜିଲ୍ଲାର ମନରଞ୍ଜନ ଷାଣ୍ଢ, ଡୁଙ୍ଗୁରିପାଲିର ଶତ୍ରୁଘନ ବର୍ଗର୍ତ୍ତି,
ସୋନପୁର ବୃନ୍ଦାବନ ଦୀପ ପ୍ରମୁଖ ବିଭିନ୍ନ ବ୍ଲକର କର୍ମକର୍ତ୍ତାମାନେ ଯୋଗଦେଇ ଯାଦବ ସମାଜର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ନନ୍ଦରାଜା ଗୋ-ମାତା ପୂଜା କରି ଆନନ୍ଦ ଉଲ୍ଲାସର ସହ ନଗର ପରିକ୍ରମା କରିଥିଲେ । ଦେବକୀ ଓ ବସୁଦେବ ଭାବେ ସଂଯୁକ୍ତା ଓ ଧିରେନ ଭୋଇ ଏବଂ ଅନ୍ୟ ଦେବକୀ ଓ ବସୁଦେବ ଋକ୍ମୁଣୀ ଓ କୁଞ୍ଜବିହାରୀ ରାଉତ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ବ୍ଲକ ସଭାପତି ମନଫୁଲ ଭୋଇ, ସମ୍ପାଦକ ଗୋବିନ୍ଦ ଯୁଆଡି, କୋଷାଧ୍ୟକ୍ଷ ଅକ୍ଷୟ ଭୋଇ, ଖଡ଼ିଆ ବଗର୍ତ୍ତି, ନଗର ସଭାପତି ଆନନ୍ଦ କାଣ୍ଡ, ପବିତ୍ର ବାଗ, ମନରଞ୍ଜନ ବଗର୍ତ୍ତି, ପ୍ରତାପ ଦୀପ, ଗଣେଶ୍ୱର ଭୋଇ, ଜନାର୍ଦ୍ଦନ ମଟାରି, ଭାଗବତ କାଣ୍ଡ, ଦୁତିଆ ଭୋଇ, ସୁରେନ ପୋଡ, ବିପିନ ରାଉତ, ହାଜରୁ ମହାକୁଡ, ଜୟକାନ୍ତ ମହାକୁର, ପଣ୍ଡିତ କିଶୋର ମିଶ୍ର, ଶଙ୍ଖୁଆ ସୁରେଶ ମହାପାତ୍ର ପ୍ରମୁଖ ସହଯୋଗ କରିଛନ୍ତି ।

Leave A Reply

Your email address will not be published.