ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ପୁରାତନ ସାହିତ୍ୟାନୁଷ୍ଠାନ ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ଓ ମାସିକ ଆଲୋଚନା ଆସର ତଥା କବିତା ପାଠୋତ୍ସବ ସଭାପତି ଭୂପେନ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟିତ୍ରୀ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଇସ୍ରୋ ବୈଜ୍ଞାନିକଙ୍କ ଚନ୍ଦ୍ରଯାନ ୩ ସଫଳତା ହାସଲ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଏହାପରେ ଦିବଂଗତ ବିଶିଷ୍ଟ ସାହିତ୍ୟିକ କୁମାର ହାସନ, ଜୟନ୍ତ ମହାପାତ୍ର ଏବଂ ପ୍ରଫେସର ଜେ.କେ ରାଓଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ରୂପେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡ଼ାକ୍ତର ଡା. ଗୀତାଞ୍ଜଳି ପତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗଙ୍ଗାଧର ମେହେରଙ୍କ କାବ୍ୟର ପ୍ରକୃତି ବର୍ଣ୍ଣନା ଅତୀବ ଚମତ୍କାର ବୋଲି କହିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକା ଡଃ ସୁଚିତ୍ରା ମହାନ୍ତି ଗଙ୍ଗାଧର ମେହେରଙ୍କ ପ୍ରକୃତି ବର୍ଣ୍ଣନାକୁ ସୁନ୍ଦର ଭାବେ ବାଖ୍ୟାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀ, ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଅଭୟ କୁମାର ଦାସ ଓ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଯୋଗଦାନ କରି ମେହେରଙ୍କ ଅନେକ କାବ୍ୟ ଗ୍ରନ୍ଥ ସହ ସାହିତ୍ୟ କୃତି ସଂପର୍କରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷାବିତ ତଥା ସାହିତ୍ୟିକା ରଶ୍ମୀବାଳା ରାଉତରାୟଙ୍କ ସଭାପତିତ୍ୱ ଓ କବି ସୁଶାନ୍ତ କୁମାର ନାୟକ ଓ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଡଃ ସୁଚିତ୍ରା ମହାନ୍ତି, ମଞ୍ଜୁଳା କୁମାରୀ ରଥ, ପ୍ରଫୁଲ୍ଲ ସାମଲ, ଉର୍ବଶୀ ପତି, ଡଲିରାଣୀ ବ୍ରହ୍ମା ପ୍ରତାପ ପଣ୍ଡା, ବସନ୍ତ ବିଶ୍ଵକର୍ମା, ସ୍ନେହଲତା ପଟ୍ଟନାୟକ କବିତା ପାଠ କରିଥିବା ବେଳେ ଅର୍ଚ୍ଚନା ପାତ୍ର ଗଳ୍ପ ପାଠ କରିଥିଲେ । ସୁଦୂର ସମ୍ବଲପୁର ବିଶ୍ୱବ ଶେଷରେ ଚିତ୍ତରଞ୍ଜନ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟାକ୍ରମରେ ବହୁ ସାହିତ୍ୟିକ, ଶିକ୍ଷାବିତ ଯୋଗଦାନ କରିଥିଲେ ।
Prev Post
Next Post