କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଂଚାୟତ ତାଲଚକେଲ ଗାଁର ଜଣେ ମହିଳା ଗତକାଲି ସଂଧ୍ୟାରେ ନିଜ ଘରେ ଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି । ମହିଳା ଜଣକ ହେଲେ ବାଲମତି କରୁଆଁ(୫୦) । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ନିଜ ଘରେ ଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହଠାତ୍ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଏହା ପରେ ମୃତ ମହିଳାଙ୍କ ସ୍ୱାମୀ ଅର୍ଜୁନ କରୁଆଁ ସଂଧ୍ୟା ୮ଟା ବେଳେ କଂଟାବାଂଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଏହି ଘଟଣା ଜାଣିବା ପରେ ବଙ୍ଗୋମୁଣ୍ଡା ଥାନା ଏ.ଏସ୍.ଆଇ. ଏନ୍.ବି. ଦଣ୍ଡସେନା ଆସି ଅଧିକ ତଦନ୍ତ କରୁଛନ୍ତି । ଏହି ଖବର ଲେଖିବା ଯାଏଁ ମୃତ ମହିଳାଙ୍କ ସ୍ୱାମୀ ଅର୍ଜୁନ ଲିଖିତ ଅଭିଯୋଗ ଦେଇ ନଥିବା ବେଳେ ପୋଲିସର ଅନୁସଂଧାନ ଜାରି ରହିଛି । ମୃତ ମହିଳାଙ୍କ ୨ଟି ପୁଅ ଓ ୨ଟି ଝିଅ ଥିବା ଅର୍ଜୁନ କହିଛନ୍ତି ।
Prev Post