csstore

ବେଲପଡାଠାରେ ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ କାର୍ଯ୍ୟାଳୟଠାରେ ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପଡା ପଞ୍ଚାୟତ ସରପଞ୍ଚ ଖରତ ବାଗ, ସମ୍ମାନୀୟ ଅତିଥି ଭାବେ ବେଲପଡା ନାଏବ ସରପଞ୍ଚ ବୁଇ ବନଛୋର, କର୍ଲାପଡା କଲେଜର ଅଧ୍ୟାପକ ତଥା ପୂର୍ବତନ ସମ୍ପାଦକ ରଞ୍ଜିତ ମେହେର, ଟିକଚନ ମେହେର, ବାଲମକୁନ୍ଦ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ମା ବୀଣାପାଣି ଓ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ବେଲପଡା ଗାଁକୁ ସମସ୍ତ ଛାତ୍ରଛାତ୍ରୀମାନେ ରାଧା, କୃଷ୍ଣ, ସୁଦାମା ବେଶରେ ଗ୍ରାମ ପରିକ୍ରମା କରିଥିଲେ । ପରିକ୍ରମା ସମୟରେ ପରିଚାଳନା କମିଟିର ଉପସଭାପତି ତୁଲାରାମ ମେହେର, ପ୍ରଧାନ ଆଚାର୍ଯ୍ୟ ଧନଞ୍ଜୟ ଦାସ ତଥା ସମସ୍ତ ଗୁରୁଜୀ ଗୁରୁମାମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.