jayashree

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ସମ୍ଭାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗରଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ, ରାଧା ଓ ନନ୍ଦରାଣୀ ଯଶୋଦାଙ୍କ ବେଶ ଆଦି ଅନୁଷ୍ଠିତ ହୋଇ ବାସ୍ତବିକ ବୃନ୍ଦାବନରେ ଗୋପଲୀଳା ଭଳି ଆସର ଜମିଥିଲା । ଏହି କାର୍ଯ୍ୟକ୍ରମରେ ପଣ୍ଡିତ ମନୋରଞ୍ଜନ ଦାଶ ଓ କୈଳାଶ ଚନ୍ଦ୍ର ଶତପଥିଙ୍କ ପୌରହିତ୍ୟରେ ସମସ୍ତ ପୂଜାର୍ଚ୍ଚନା କରାଯାଇଥିଲା । ଶିଶୁମାନେ କୃଷ୍ଣ ଏବଂ ରାଧାବେଶ ପରିଧାନ କରି ଏକ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥିଲେ । ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ନିର୍ମିତ କୃଷ୍ଣଙ୍କ ଚିତ୍ର ସହିତ ବିଦ୍ୟାଳୟର କାନ୍ଥଗୁଡ଼ିକ ସୁନ୍ଦର ଭାବରେ ସଜାଯାଇଥିଲା । ବିଦ୍ୟାଳୟଟି ଉଜ୍ଜ୍ୱଳ ଆଲୋକ ସହିତ ଉଜ୍ଜ୍ୱଳ ଫୁଲ ଏବଂ ପତ୍ରରେ ସଜାଯିବା ସହ ଘଣ୍ଟି ବଜାଇବା ବିଦ୍ୟାଳୟ ପରିବେଶକୁ ଜନ୍ମାଷ୍ଟମୀ ପର୍ବର ମହତ୍ତ୍ଵକୁ ପରିମାର୍ଜିତ କରିଥିଲା । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ସାଂଗକୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଅନ୍ତଃରାଷ୍ଟ୍ରୀୟ ପ୍ରବକ୍ତା ତଥା ଭାଗବତ ଭାଷ୍କର ଶୀଜଗନ୍ନାଥ ପଣ୍ଡା ଶିଶୁମାନଙ୍କୁ ଶ୍ରୀକୃଷ୍ଣଙ୍କ ଜନ୍ମ ଏବଂ ଜନ୍ମାଷ୍ଟମୀ ପର୍ବର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ । ଏହି ସାମାରୋହରେ ଅଭିଭାବକମାନଙ୍କ ସହିତ ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତି, ସମ୍ପାଦକ ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ଏ.ରାରଣା ରାଓ, ଉପସଭାପତି ଗୀତା ପାଢୀ ପ୍ରମୁଖ ଯୋଗ ଦେଇଥିଲେ । ଶିଶୁମାନଙ୍କ ମଧ୍ୟରେ ଦହି ହାଣ୍ଡି ଭଙ୍ଗା ଖେଳ ଆସର ଅନୁଷ୍ଠିତ ହୋଇଥିଲା ଏବଂ ଆଧ୍ୟାତ୍ମିକ ଧର୍ମୀର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ତନ୍ମଧ୍ୟରୁ ଭଲ ଶିଶୁପ୍ରତିଭାଙ୍କୁ ଚୟନ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.